ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ଭାଇ

ଭୁବନେଶ୍ୱର: କୁନ୍ଦୁଲି ମାମଲାରେ ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ତଦନ୍ତ ଦାବିରେ ସେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଓଡ଼ିଶା ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ, ତେଣୁ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି। ପୋଲିସ ତଦନ୍ତରେ ମନ୍ଦ ଉଦ୍ଦେଶ୍ୟ ପାଇଁ ତାଙ୍କ ଭଉଣୀ ଚରମ ପଦକ୍ଷେପ ନେଇଥିବା ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ମେଡିକାଲ ପ୍ରମାଣକୁ ଚଞ୍ଚକତା କରାଯାଇଛି ଓ ରାଜ୍ୟ ଫରେନ୍ସିକ୍ ଲ୍ୟାବର […]

supreme-court

supreme-court

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 01:10 PM IST

Sports

Latest News

ଭୁବନେଶ୍ୱର: କୁନ୍ଦୁଲି ମାମଲାରେ ପୀଡ଼ିତାଙ୍କ ଭାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ତଦନ୍ତ ଦାବିରେ ସେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଓଡ଼ିଶା ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ, ତେଣୁ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେବାକୁ ସେ ଅନୁରୋଧ କରିଛନ୍ତି। ପୋଲିସ ତଦନ୍ତରେ ମନ୍ଦ ଉଦ୍ଦେଶ୍ୟ ପାଇଁ ତାଙ୍କ ଭଉଣୀ ଚରମ ପଦକ୍ଷେପ ନେଇଥିବା ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ମେଡିକାଲ ପ୍ରମାଣକୁ ଚଞ୍ଚକତା କରାଯାଇଛି ଓ ରାଜ୍ୟ ଫରେନ୍ସିକ୍ ଲ୍ୟାବର ପରସ୍ପର ବିରୋଧୀ ୨ଟି ରିପୋର୍ଟ ଏହାର ପ୍ରମାଣ ବୋଲି ସେ ଅଭିଯୋଗ କରିଛନ୍ତି। ଗତ ୭ ତାରିଖରେ ଏହି ପିଟିସନ ଦାଖଲ ହୋଇଛି।

ଫେବ୍ରୁଆରୀ ତୃତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହୋଇପାରେ। ଗତବର୍ଷ ଅକ୍ଟୋବର ମାସରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ କୁନ୍ଦୁଲି ପୀଡ଼ିତା। ଜାନୁଆରୀ ୨୨ ତାରିଖରେ ସେ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos