ବିଜେଡି ବିଧାୟକଙ୍କୁ ସିବିଆଇ ନୋଟିସ୍

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଆସ୍ଥା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ବିଜେଡିର ଜଣେ ବରିଷ୍ଠ ବିଧାୟକଙ୍କୁ ନୋଟିସ୍ ଜାରି କରିଛି। ଆସ୍ଥା ଚିଟ୍‌ଫଣ୍ଡ ଓ ଏହି ବିଜେଡି ବିଧାୟକଙ୍କ ମାଲିକାନାରେ ଥିବା କମ୍ପାନୀ ମଧ୍ୟରେ ହୋଇଥିବା ଅର୍ଥ କାରବାର ଏବଂ ଏକ ବିଳାସପୂର୍ଣ୍ଣ ଗାଡ଼ି ସମ୍ପର୍କରେ ଆବଶ୍ୟକ ଦସ୍ତାବିଜ ଦାଖଲ ପାଇଁ, ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ୍ ପକ୍ଷରୁ ତାଙ୍କୁ ନୋଟିସ୍ ଦିଆଯାଇଥିବା ଜଣାପଡ଼ିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଏହି ବରିଷ୍ଠ ବିଧାୟକଙ୍କୁ ଆସ୍ଥା […]

cbi

cbi

Ordigital Desk
  • Published: Saturday, 28 July 2018
  • Updated: 28 July 2018, 05:23 PM IST

Sports

Latest News

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଆସ୍ଥା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ବିଜେଡିର ଜଣେ ବରିଷ୍ଠ ବିଧାୟକଙ୍କୁ ନୋଟିସ୍ ଜାରି କରିଛି। ଆସ୍ଥା ଚିଟ୍‌ଫଣ୍ଡ ଓ ଏହି ବିଜେଡି ବିଧାୟକଙ୍କ ମାଲିକାନାରେ ଥିବା କମ୍ପାନୀ ମଧ୍ୟରେ ହୋଇଥିବା ଅର୍ଥ କାରବାର ଏବଂ ଏକ ବିଳାସପୂର୍ଣ୍ଣ ଗାଡ଼ି ସମ୍ପର୍କରେ ଆବଶ୍ୟକ ଦସ୍ତାବିଜ ଦାଖଲ ପାଇଁ, ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ୍ ପକ୍ଷରୁ ତାଙ୍କୁ ନୋଟିସ୍ ଦିଆଯାଇଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଏହି ବରିଷ୍ଠ ବିଧାୟକଙ୍କୁ ଆସ୍ଥା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ସିଆର୍‌ପିସିର ଧାରା ୯୧ ଅନ୍ତର୍ଗତ ନୋଟିସ୍ ପଠାଇଛି। ତାଙ୍କୁ ଜୁଲାଇ ୩୦ ତାରିଖ ସୁଦ୍ଧା ଏସବୁ ତଥ୍ୟ ସିବିଆଇ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ନିଜ ପ୍ରତିନିଧିଙ୍କ ମାଧ୍ୟମରେ ପଠାଇବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ସମ୍ପୃକ୍ତ ବିଧାୟକ ନିଜ ଓକିଲଙ୍କ ଜରିଆରେ ସମସ୍ତ ଦସ୍ତାବିଜ ଦାଖଲ କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos