ରାୟଗଡ଼ାରେ ଜୁଏଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଆଜି ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ରାୟଗଡ଼ାରୁ ଗଜପତି ଯିବା ବାଟରେ ଗୁଣପୁରରେ ବିଜେପି କର୍ମୀମାନେ ଜୁଏଲ ଓରାମଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଦଳୀୟ ସଙ୍ଗଠନ ନେଇ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ଜୁଏଲ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନକୁ ଗାଁରେ ଗାଁରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ।

Previous ArticleNext Article

Send this to a friend