ଜମୁଛି ଚଡ଼କ ମେଳା; ଆଜି ବାବା ଚନ୍ଦନେଶ୍ୱରଙ୍କ କାମିନୀ ବିବାହ ନୀତି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱରରେ ଚାଲିଛି ଚୈତ୍ର ଚଡ଼କ ମେଳା। ଆଜି ବାବା ଚନ୍ଦନେଶ୍ୱରଙ୍କ କାମିନୀ ବିବାହ ନୀତି ହେବ।

ଗତକାଲି ଚତୁର୍ଥ ଅର୍ଘ୍ୟରେ ପ୍ରାୟ ୭୦ ହଜାର ବ୍ରତଧାରୀ ଭକ୍ତ ଅର୍ଘ୍ୟଦାନ କରିଛନ୍ତି। ଓଡ଼ିଶା ସହ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ବହୁ ଶୈବଭକ୍ତ ଏକାଠି ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ବାଲେଶ୍ୱର ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Previous ArticleNext Article

Send this to a friend