ଆପଣଙ୍କ ଗାଡ଼ି କେତେ ସୁରକ୍ଷିତ ? କଟକରେ ମାରାଥନ୍‌ ରେଡ୍‌ ପରେ ଆସିଲା ସାଂଘାତିକ୍‌ ସତ

p-jjj

କଟକ: କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗ ଓ ଓଜନ-ମାପ ବିଭାଗର ମିଳିତ ଚଢାଉ।  କେତେକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ଓ କମ୍ ପରିମାଣର ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।  ଚଢାଉ ବେଳେ ସିଡିଏର ଏକ ପେଟ୍ରୋଲ ପମ୍ପର ୨ଟି ପମ୍ପକୁ ସିଲ୍ କରାଯିବା ସହ ୪୦ ଲିଟର ଖୋଲା ପେଟ୍ରୋଲ୍ ଜବତ ହୋଇଛି । ଆଗକୁ କଟକ ଜିଲାର ବିଭିନ୍ନ ଅଂଚଳରେ ଥିବା ପେଟ୍ରୋଲ ପମ୍ପଗୁଡିକ ଉପରେ ମଧ୍ୟ ଚଢାଉ କରାଯିବ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଚାଇନା ଚିପ୍ ଲଗାଇ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ଚୋରି ଚାଲିଥିବା ଅଭିଯୋଗ ଆସିବା ପରେ ତତ୍ପର ହୋଇ ଉଠିଛି ଯୋଗାଣ ବିଭାଗ।

Previous ArticleNext Article

Send this to a friend