ଛତୁଆ ଦୁର୍ନୀତି: ଅନିୟମିତତା ହୋଇଥିବା ନେଇ ଆସିଲା ରିପୋର୍ଟ

bolangir

ବଲାଙ୍ଗିର: ବଲାଙ୍ଗିର ଛତୁଆ ଦୁର୍ନୀତି ମାମଲାରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି । ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ଆର୍ଥିକ ଅନିୟମିତତା ହୋଇଥିବା ନେଇ ରିପୋର୍ଟ ଆସିଛି।  ଏହି ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ କରିବେ ଜିଲ୍ଲାପାଳଙ୍କ ନେତୃତ୍ୱରେ ୩ ଜଣିଆ କମିଟି। ଆସନ୍ତା ୪ତାରିଖରୁ ମଧ୍ୟ ଏହି ଦୁର୍ନୀତି ଘଟଣାର ତଦନ୍ତ କରିବ ବିଧାନସଭା ପବ୍ଲିକ ଆକାଉଣ୍ଟସ କମିଟି।

ମିଛ ବିଲ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ନେଇ  କିଛି ଦିନ ତଳେ ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ ଓଟିଭିରେ ଖବର ପ୍ରସାରିତ ହୋଇଥିଲା।  ୨୦୧୧ରୁ ୧୫ ମସିହା ପର୍ଯ୍ୟନ୍ତ କାଗଜ କଲମରେ ଏହି ଘୋଟାଲା ହୋଇଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା।  ନକଲି  ବିଲ୍‌ରେ ୧,୪୩,  ୯୧, ୭୫୦ ଟଙ୍କା ଉଠିଥିବା ନେଇ ଅଭିଯୋଗ  ହୋଇଥିଲା।

Previous ArticleNext Article

Send this to a friend