ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସ୍କୁଲ ଛାତ୍ରୀଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ୍। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ଖୁସି’। ଏହି ଖୁସି ଯୋଜନା ଅଧୀନରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧୭ ଲକ୍ଷ ଛାତ୍ରୀ ଉପକୃତ ହେବେ ବୋଲି ସରକାର ହିସାବ ରଖିଛନ୍ତି। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଛାତ୍ରୀଙ୍କୁ ଏହି ଯୋଜନା ଅଧୀନରେ ନାପକିନ୍ ମିଳିବ।
https://youtu.be/Lszoy-Ze7N8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।