ଅନାଥ କରିଦେଇଥିଲା ସମୟ, ଆପଣାଇ ନେଲେ ବିଦେଶୀ ବାପା ମା’

ଜଗତସିଂହପୁର,(ଦୀପକ ମହାନ୍ତି): ଦିନେ ସମୟ ସୁକୁମତିଙ୍କ ପାଇଁ ସୈତାନ ରୂପରେ ଆସିଥିଲା। ତା’ ହସଖୁସିର ଦୁନିଆରେ ଅଜାଡ଼ି ଦେଲା ଦୁଃଖର ପାହାଡ଼।  ଆଉ ଗଲାବେଳେ ସାଙ୍ଗରେ ବାପମାଙ୍କୁ ନେଇଗଲା। ସୁକୁମାରି ବୟସରେ ଅନାଥ ହୋଇଗଲା ସୁକୁମତି। ହେଲେ ସେହି ସମୟ ଆଜି ସୁକୁମତି ଜୀବନରେ ସୌଭାଗ୍ୟର ରୂପରେ ଆସିଛି।  ଯାହାକୁ ସେ ୭ ବର୍ଷ ବୟସରେ ଏକା କରି ଚାଲିଯାଇଥିଲା ତା’ ପାଇଁ ସାତଦରିଆ ଡେଇଁ ଖୋଜି ଆଣିଛି ସମ୍ପର୍କର ନୂଆ ସାଥୀ। ହଁ ସୁକୁମତିଙ୍କୁ ଆଜି […]

sukumati

sukumati

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 09:16 PM IST

ଜଗତସିଂହପୁର,(ଦୀପକ ମହାନ୍ତି): ଦିନେ ସମୟ ସୁକୁମତିଙ୍କ ପାଇଁ ସୈତାନ ରୂପରେ ଆସିଥିଲା। ତା’ ହସଖୁସିର ଦୁନିଆରେ ଅଜାଡ଼ି ଦେଲା ଦୁଃଖର ପାହାଡ଼।  ଆଉ ଗଲାବେଳେ ସାଙ୍ଗରେ ବାପମାଙ୍କୁ ନେଇଗଲା। ସୁକୁମାରି ବୟସରେ ଅନାଥ ହୋଇଗଲା ସୁକୁମତି। ହେଲେ ସେହି ସମୟ ଆଜି ସୁକୁମତି ଜୀବନରେ ସୌଭାଗ୍ୟର ରୂପରେ ଆସିଛି।  ଯାହାକୁ ସେ ୭ ବର୍ଷ ବୟସରେ ଏକା କରି ଚାଲିଯାଇଥିଲା ତା’ ପାଇଁ ସାତଦରିଆ ଡେଇଁ ଖୋଜି ଆଣିଛି ସମ୍ପର୍କର ନୂଆ ସାଥୀ। ହଁ ସୁକୁମତିଙ୍କୁ ଆଜି ମିଳିଯାଇଛି ନୂଆ ମାତା ପିତା। ସୂଦୁର ଇଟାଲୀ  ଆସିଥିବା ଏକ ଦମ୍ପତ୍ତି  ସୁକୁମତିଙ୍କୁ କୂଳେଇନେଇଛନ୍ତି। ଏହି ବିଦେଶୀ ଦମ୍ପତ୍ତି ଜଣକ ସୁକୁମତିଙ୍କୁ ପୋଷ୍ୟପୁତ୍ରୀ ଭାବେ ଗ୍ରହଣ କରିଛନ୍ତି। ଜଗତସିଂହପୁର ଜିଲ୍ଲାରେ ଥିବା  ଶିଶୁ ଆଶ୍ରମରେ ରହୁଥିବା ୯ ବର୍ଷର ଝିଅ ଏହି ସୁକୁମତିକୁ ଏବେ ଏହି ବିଦେଶୀ ଦମ୍ପତ୍ତି ଆପଣେଛନ୍ତି। ଏହି ବିଦେଶୀ ଦମ୍ପତ୍ତିଙ୍କ ଭାଷା ସିନା ସେ ବୁଝିପାରୁନି। ହେଲେ ଭାବକୁ ସେ ଠିକ୍‌ ପରଖିପାରୁଛି। ଆଉ ନୂଆ ବାପା ମା’ଙ୍କୁ ପାଇ ସୁକୁମତି ଏବେ ବେଶ ଖୁସି।

୭ ବର୍ଷ ବୟସରେ ସୁକୁମତି ତିର୍ତ୍ତୋଲ ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ ତାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା।  ପରିବାରରେ କେହି ନ ଥିବାରୁ  ତାକୁ  ଜଗତସିଂହପୁରର ଶିଶୁ ଆଶ୍ରମରେ ରଖାଯାଇଥିଲା।  ଲୁଥେରାନ ମହିଳା ମହିଳା ସମିତି ପକ୍ଷରୁ ଅନାଥ ଶିଶୁକନ୍ୟାଟିର  କୌଣସି ଏକ ସଂସ୍ଥାରେ ପଞ୍ଜିକୃତ କରଯାଇଥିଲା।  ତେବେ ଇଟାଲୀର ରୋମ ସହରର ରହୁଥିବା ଦମ୍ପତ୍ତି ତଥା ସ୍ୱାମୀ ଜିଓଲିୟାନ ଜିକୋମୋ ଓ ତାଙ୍କ ସ୍ତ୍ରୀ ସରଟୋରୀ ସାବରିନା ସୁକୁମତିକୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିବା ପାଇଁ ରାଜି ହୋଇ କୌଣସିମତେ ଯୋଗାଯୋଗ କରିଥିଲେ।

ଏନେଇ ସରକାରୀ ଉଦ୍ୟମରେ ସମସସ୍ତ ସହଯୋଗ ଓ ଗତକାଲି ସମସ୍ତ ପ୍ରକାର ଲେଖା ପଢା ହେବା ପରେ ସୁକୁମତିକୁ ସାଙ୍ଗରେ ନେଇଯାଇଛନ୍ତି। ସୁକୁମତି ଗୋଟିଏ ଭଲ ପରିବାର ପାଇଥିବାରୁ  ଲୁଥେରାନ ମହିଳା ସମିତି ସଦସ୍ୟ ଖୁସି ପ୍ରକାଶ କରିଛନ୍ତି। ଆଉ  ସୁକୁମତି ମଧ୍ୟ ଖୁବ୍ ଆନନ୍ଦିତ ଅଛନ୍ତି। ଇଟାଲୀର ରୋମର ରହୁଥିବା ଏହି ଦମ୍ପତ୍ତିଙ୍କ ମଧ୍ୟରୁ ସ୍ୱାମୀ ସାମ୍ବାଦିକତର କରୁଥିବା ବେଳେ ସ୍ତ୍ରୀ ଓକିଲାତି ପେଶାରେ ଅଛନ୍ତି।  ତାଙ୍କର ପିଲାପିଲି ନ ଥିବାରୁ  ସେମାନେ ସୁକୁମିତିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଚନ୍ତି।  ଏହି ଦମ୍ପତ୍ତି ଦ୍ୱୟ ଶିଶୁ ଆଶ୍ରମରେ ପହଞ୍ଚି ଆଶ୍ରମର କର୍ମଚାରୀ ଓ ସିଡବ୍ଲୁ୍ୟସିର କର୍ମକର୍ତ୍ତାଙ୍କ ସହ ସମସ୍ତ ସରକାରୀ କାର୍ଯ୍ୟ ସାରି ସୁକୁମତିକୁ ନେଇଥିଲେ। ଏବେ ସୁକୁମିତି ଜୀବନରେ ନୂତନ ସୂର୍ଯ୍ୟଦ୍ୱୟ ହୋଇଛି। ଅନାଶଥ ଶିଶୁକନ୍ୟା  ସୁକୁମତିଙ୍କ ଏବେ ନୂଆ ଠିକଟଣା ହେବ ରୋମ ସହର। ଆଉ ସୁକୁମତିଙ୍କ ପାଇଁ ସମ୍ପୃକ୍ତ ଇଟାଲୀ ଦମ୍ପତ୍ତି ଯେଉଁ ମାନବିକତା ଓ ମହାନତା ଦେଖାଇଲେ ତାହା ଏକ ବିରଳ ଉଦାହରଣ ସାଜି ଯୁଗ ଯୁଗ ରହିଯିବ। ସ୍ନେହ, ଶ୍ରଦ୍ଧା, ସମ୍ପର୍କ ଆଗରେ ଜାତି, ଗୋତ୍ର, ସ୍ଥାନ,କାଳ ପାତ୍ରରେ ଯେ, କିଛି ମାନେ ରୁହେନା ସୁକୁମତିଙ୍କ କୋଳେଇ ନେଇ ତାକୁ ପ୍ରମାଣିତ କରିଛନ୍ତି ଏହି ଇଟାଲୀ ଦମ୍ପତ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story