ଶିଶୁ ମୃତ୍ୟୁକୁ ନେଇ ମେଡ଼ିକାଲରେ ଉତ୍ତେଜନା

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଥାନା ଭେଡାରାମପୁର ଗାଁର ମୁନିନ୍ଦ୍ର ବାରିକଙ୍କ ପୁଅ ଓଁମ ସ୍ୱାଶ ରୋଗରେ ଆକ୍ରାନ୍ତ ହୋଇ ଗତକାଲି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତି ଭୟଙ୍କର ହେବା ଆଶଙ୍କା କରି ବାଙ୍କୀ ପୋଲିସ ତରଫରୁ ମେଡ଼ିକାଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Previous ArticleNext Article

Send this to a friend