ଲମତାପୁଟ (ଜଗତଜୀବନ କଚିମ): ମାଆ ଓ ପୁଅ ଅଟୋରେ ଘରକୁ ଫେରୁଥିଲେ। ମାତ୍ର ଜାଣିନଥିଲେ ରାସ୍ତାରେ ଜଗି ରହିଥିଲା ଯମଦୂତ। ମାଆ କୋଳରୁ ତା’ର ଦୁଇ ବର୍ଷର ଶିଶୁ ପୁତ୍ରକୁ ଛଡ଼ାଇ ନେଲା। ମାଆ ଏବେ ମେଡ଼ିକାଲରେ ଜୀବନ ସହିତ ସଂଘର୍ଷ କରୁଛି। ଆଜି ଏପରି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ।
ନନ୍ଦପୁର ବ୍ଲକ ଖରାମରା ଗାଁର କମଳା ମହିଳା ଓ ତାଙ୍କର ୨ ବର୍ଷର ଶିଶୁ ପୁତ୍ର ଏକ ଅଟୋରେ ସାଜଲପୁଟରୁ ଖମରାକୁ ଯାଉଥିଲେ। ଭୈରବୀ ମନ୍ଦିର ନିକଟରେ ଉଭୟ ମାଆ ଓ ପୁଅ ଅଟୋରୁ ଖସି ପଡ଼ିଥିଲେ। ସେହିଠାରେ ଶିଶୁର ମୃତ୍ୟୁ ହୋଇଥିଲା ବେଳେ ମାଆ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଟୋକୁ ଜବତ କରିଥିବା ବେଳେ ଚାଳକକୁ ଅଟକ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।