ଶିଶୁ ମୃତ୍ୟୁକୁ ନେଇ ମେଡ଼ିକାଲରେ ଉତ୍ତେଜନା

କଟକ(ଓଡ଼ିଶା ରିପୋର୍ଟର): କଟକର ଏକ ଘରୋଇ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭଦ୍ରକ ଅଞ୍ଚଳର ଜଣେ ମହିଳା ତାଙ୍କର ୪ ମାସର ଶିଶୁ ପୁତ୍ରକୁ ପୁରୀ ଘାଟ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସକାଳ ୧୦ଟା ବେଳେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ମାତ୍ର ମେଡ଼ିକାଲ କର୍ତ୍ତୃପକ୍ଷ ସାନ୍ଧ୍ୟା ବେଳେ ସୂଚନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶିଶୁକୁ ଭେଣ୍ଟଲେଟରରେ […]

child death in medical

child death in medical

Rakesh Mallick
  • Published: Friday, 09 March 2018
  • Updated: 09 March 2018, 10:13 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକର ଏକ ଘରୋଇ ହସ୍ପିଟାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭଦ୍ରକ ଅଞ୍ଚଳର ଜଣେ ମହିଳା ତାଙ୍କର ୪ ମାସର ଶିଶୁ ପୁତ୍ରକୁ ପୁରୀ ଘାଟ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସକାଳ ୧୦ଟା ବେଳେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ମାତ୍ର ମେଡ଼ିକାଲ କର୍ତ୍ତୃପକ୍ଷ ସାନ୍ଧ୍ୟା ବେଳେ ସୂଚନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶିଶୁକୁ ଭେଣ୍ଟଲେଟରରେ ରଖିବା ବାବଦକୁ ୧୬ ହଜାର ଟଙ୍କା ପୈଠ କଲେ ମୃତଦେହ ଦିଆଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos