ଭୁଲ୍‌ ଇଞ୍ଜେକସନ୍‌ ଫୋଡିଦେଲେ ଡାକ୍ତରବାବୁ ! ଚାଲିଗଲା ଶିଶୁର ଜୀବନ

ସମ୍ୱଲପୁର: ଭୁଲ ଔଷଧରୁ ଶିଶୁ ମୃତ୍ୟୁ ଅଭିଯୋଗ। ଏପରି ଅଭିଯୋଗ ସମ୍ବଲପୁର ପରମାଣପୁର ବିଡି ଶ୍ରମିକ ମେଡିକାଲରୁ ଆସିଛି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମେଡ଼ିକାଲରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ପରମାଣପୁର ଗାଁର ଲଳିତ ନାଥଙ୍କ ୫ ବର୍ଷର ପୁଅ ଉମାକାନ୍ତ ନାଥର ପରିଶ୍ରା ନଳୀରେ କୌଣସି ସମସ୍ୟା ଦେଖା ଦେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ଡାକ୍ତର ତାଙ୍କୁ ଦେଖିବା ସହ ଇଞ୍ଜେକସନ ଦେଇଥିଲେ। […]

child-death-in-sambalpur-to-day

child-death-in-sambalpur-to-day

Rakesh Mallick
  • Published: Friday, 04 August 2017
  • Updated: 04 August 2017, 07:26 PM IST

Sports

Latest News

ସମ୍ୱଲପୁର: ଭୁଲ ଔଷଧରୁ ଶିଶୁ ମୃତ୍ୟୁ ଅଭିଯୋଗ। ଏପରି ଅଭିଯୋଗ ସମ୍ବଲପୁର ପରମାଣପୁର ବିଡି ଶ୍ରମିକ ମେଡିକାଲରୁ ଆସିଛି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମେଡ଼ିକାଲରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ପରମାଣପୁର ଗାଁର ଲଳିତ ନାଥଙ୍କ ୫ ବର୍ଷର ପୁଅ ଉମାକାନ୍ତ ନାଥର ପରିଶ୍ରା ନଳୀରେ କୌଣସି ସମସ୍ୟା ଦେଖା ଦେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ଡାକ୍ତର ତାଙ୍କୁ ଦେଖିବା ସହ ଇଞ୍ଜେକସନ ଦେଇଥିଲେ। ତା’ପରେ ଶିଶୁଟି ବେଶୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁଙ୍କ ବାପାଙ୍କ ଅଭିଯୋଗ ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos