ଦାଦାପୁଅକୁ ମାରିଦେଲା ବଡ଼ବାପାପୁଅ: ଅପହରଣ କଲା, ଟଙ୍କା ନମିଳିବାରୁ...

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ରକ୍ତ ସମ୍ପର୍କ ହେଲା ତୁଚ୍ଛ। ଦାଦାପୁଅ ଭାଇକୁ ଅପହରଣ କଲା ବଡ଼ବାପା ପୁଅ। ଫୋନ୍‌ରେ ମାଗିଲା ୧୦ ଲକ୍ଷ ଟଙ୍କା। ଏଥିପାଇଁ ଟଙ୍କା ମଧ୍ୟ ଜମା କରାଯାଇଥିଲା। ଏହା ସତ୍ତ୍ୱେ ରକ୍ତ ସମ୍ପର୍କର ସାନ ଭାଇର ତଣ୍ଟି ଚିପି ହତ୍ୟା କଲା ବଡ଼ଭାଇ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଘଟଣା ପଦାକୁ ଆସିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଅଭିଯୁକ୍ତକୁ […]

child kidnup and murder in kamakhayanager

child kidnup and murder in kamakhayanager

Rakesh Mallick
  • Published: Friday, 16 March 2018
  • Updated: 16 March 2018, 07:37 PM IST

Sports

Latest News

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ରକ୍ତ ସମ୍ପର୍କ ହେଲା ତୁଚ୍ଛ। ଦାଦାପୁଅ ଭାଇକୁ ଅପହରଣ କଲା ବଡ଼ବାପା ପୁଅ। ଫୋନ୍‌ରେ ମାଗିଲା ୧୦ ଲକ୍ଷ ଟଙ୍କା। ଏଥିପାଇଁ ଟଙ୍କା ମଧ୍ୟ ଜମା କରାଯାଇଥିଲା। ଏହା ସତ୍ତ୍ୱେ ରକ୍ତ ସମ୍ପର୍କର ସାନ ଭାଇର ତଣ୍ଟି ଚିପି ହତ୍ୟା କଲା ବଡ଼ଭାଇ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଘଟଣା ପଦାକୁ ଆସିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୁକ୍ତାପଶି ଗାଁର ପ୍ରଦୀପ ସାହୁଙ୍କ ୭ ବର୍ଷର ପୁଅ ପ୍ରବୀଣ। ଗତକାଲି ସ୍କୁଲ ଯାଇଥିଲେ। ମଧ୍ୟାହ୍ନରେ ସ୍କୁଲରୁ ଫେରି ଘର ଆଗରେ ଖେଳୁଥିଲେ। ଏହି ସମୟରେ ତାକୁ ଅପହରଣ କରାଯାଇଥିଲା। ଅପହରଣ ନେଇ ତାଳଚେର ଯାଇଥିବା ପ୍ରଦୀପଙ୍କୁ ଫୋନ୍‌ରେ ଜଣାଇଥିଲେ ଦୁର୍ବୃତ୍ତ। ଏହା ପରେ ପ୍ରଦୀପ ଘରକୁ ଫୋନ୍‌ କରି ପୁଅ ପ୍ରବୀଣ ସମ୍ପର୍କରେ ପଚାରିଥିଲେ। ମାତ୍ର ପରିବାର ଲୋକେ ପୁଅକୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ଏହା ପରେ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏହା ଭିତରେ ଟଙ୍କା ଦେଲେ ପୁଅକୁ ଛାଡ଼ିବୁ ବୋଲି ଆସୁଥିଲା ପ୍ରଦୀପଙ୍କ ମୋବାଇଲକୁ ଘନ ଘନ ମେସେଜ। ମେସେଜରେ ଲେଖାଯାଇଥିଲେ, ୨ ଲକ୍ଷ କ୍ୟାସ୍‌ ଓ ୮ ଲକ୍ଷ ଟଙ୍କା ଚେକ୍‌ ଆକାରରେ ଦେଲେ ପୁଅକୁ ଛାଡ଼ିଦେବୁ। ସେମାନଙ୍କ କଥାରେ ଭରସା କରି ପ୍ରଦୀପ ମଧ୍ୟ ୧ ଲକ୍ଷ ୮୦ ଟଙ୍କା ବ୍ୟାଙ୍କରେ ଜମା କରିଥିଲେ। ଆଉ ୨୦,୦୦୦ ଟଙ୍କା ପରେ ଦେବେ ବୋଲି କହିଥିଲେ। ଏହା ସତ୍ତ୍ୱେ ସେମାନେ ପ୍ରବୀଣକୁ ଛାଡ଼ିନଥିଲେ।

ଗତକାଲି ସନ୍ଧ୍ୟା ବେଳେ ପ୍ରଦୀପ ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ମୋବାଇଲ ନମ୍ୱରକୁ ଟ୍ରାକ୍‌ କରିଥିଲା। ମୋବାଇଲ ଟ୍ରାକ୍‌ରୁ ପ୍ରଦୀପଙ୍କ ବଡ଼ ଭାଇ ପୁଅ ସତ୍ୟକୁ ଥାନାକୁ ଆଣି ପୋଲିସ ଜେରା କରିଥିଲା। ସତ୍ୟ ଭାରି ଚାଲାକ ଥିଲା। ସତ କଥା କହିବାକୁ ଜମାରୁ ରାଜି ନଥିଲା। ପ୍ରବୀଣ ଏଠି ଅଛି, ସେଠି ଅଛି କହି ପୋଲିସକୁ ଭୂଆଁ ବୁଲାଉ ଥିଲା। ପୋଲିସ ମଧ୍ୟ ତା’ କଥାରେ ପଡ଼ି କାମାକ୍ଷାନଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମାତ୍ର ଖାଲି ହାତରେ ଫେରିଥିଲା। ଶେଷରେ ପ୍ରବୀଣଙ୍କୁ ହତ୍ୟା କରିଥିବା ସତ୍ୟ ସ୍ୱୀକାର କରିଥିଲା। ପ୍ରବୀଣର ତଣ୍ଟିକୁ ଏକ ତାରରେ ଚିପି ହତ୍ୟା କଲା ପରେ ଏକ ଅଖାରେ ପୁରାଇ ନିଜ ଘରେ ରଖିଥିଲା। ସତ୍ୟଠାରୁ ଖବର ପାଇ ପୋଲିସ ତାଙ୍କ ଘରୁ ଅଖାରେ ଭର୍ତ୍ତି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos