ସ୍କୁଲ ଯିବାକୁ କହିବାରୁ ବେକରେ ଓଢ଼ଣୀ ଲଗାଇ ଦେଲା

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସ୍କୁଲ ଯିବାକୁ ମାଆ ବୁଝାଇଥିଲେ। କିନ୍ତୁ ଅବୁଝା ଝିଅ ବୁଝି ନଥିଲା। ମାଆ ଘରେ ନଥିବା ବେଳେ ସୁଯୋଗ ଉଣ୍ଡି ଝିଅଟି ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଦେଲା। ଆଜି ଏମିତି ଏକ ଘଟଣା ଦେବଗଡ଼ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୌରାଞ୍ଚଳ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ସୁବର୍ଣ୍ଣ ପ୍ରଧାନ। ଗତ ସେପ୍ଟେମ୍ୱର ମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦେବକୀ ଭାଙ୍ଗି ପଡ଼ିଥିଲେ। କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। […]

Suicide

Suicide

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 06:49 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସ୍କୁଲ ଯିବାକୁ ମାଆ ବୁଝାଇଥିଲେ। କିନ୍ତୁ ଅବୁଝା ଝିଅ ବୁଝି ନଥିଲା। ମାଆ ଘରେ ନଥିବା ବେଳେ ସୁଯୋଗ ଉଣ୍ଡି ଝିଅଟି ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଦେଲା। ଆଜି ଏମିତି ଏକ ଘଟଣା ଦେବଗଡ଼ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୌରାଞ୍ଚଳ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ସୁବର୍ଣ୍ଣ ପ୍ରଧାନ। ଗତ ସେପ୍ଟେମ୍ୱର ମାସରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦେବକୀ ଭାଙ୍ଗି ପଡ଼ିଥିଲେ। କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ସେ (ଦେବକୀ) ଚାହୁଁଥିଲେ, ଝିଅଟି ଆଶ୍ରମ ସ୍କୁଲରେ ରହି ପାଠ ପଢ଼ୁ। ସେଥିପାଇଁ ଝିଅ ଉମାକୁ ତିଲେଇବଣୀ ବ୍ଲକ କଂସର ଆଶ୍ରମ ହାଇସ୍କୁଲରେ ଛାଡ଼ିଥିଲେ। କିନ୍ତୁ ଝିଅର ପାଠ ପଢ଼ା ପ୍ରତି ରୁଚି ନଥିଲା। ସ୍କୁଲ ଯିବା ପାଇଁ ଚାହୁଁନଥିଲା। କିନ୍ତୁ ମାଆକୁ ଖୁସି କରିବାକୁ ବାଧ୍ୟ ବାଧକତାରେ ସ୍କୁଲ ଯାଇଥିଲେ। କିନ୍ତୁ ହଠାତ୍ ଗତକାଲି ସେ ଆଶ୍ରମ ଛାଡ଼ି ଘରକୁ ଚାଲି ଆସିଥିଲେ। ଆଜି ସ୍କୁଲ ଫେରିଯିବାକୁ ଉମାକୁ ମାଆ ବହୁତ ବୁଝାଇଥିଲେ। କିନ୍ତୁ ମାଆ କଥାର କିଛି ଉତ୍ତର ଦେଇନଥିଲେ। ମୁଣ୍ଡ ନୁଆଁଇ ସେମିତି ଠିଆ ହୋଇଥିଲେ। ଏହାପରେ କୌଣସି କାମରେ ଦେବକୀ ପାଖ ଗାଁରେ ଥିବା ତାଙ୍କ ବାପଘରକୁ ଚାଲି ଯାଇଥିଲେ। କିନ୍ତୁ ସେଠୁ ଫେରି ଦେଖନ୍ତି ତ, ଝିଅ ଘର ଭିତରେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos