କଟକରେ ପିଉସୀର ଡାହାଣୀ ରୂପ: ଲୁଗା ସଫା ନ କରିବାରୁ ଝିଆରିକୁ ପିଟିଲା, ଦେଖନ୍ତୁ ଏକ୍ସକ୍ଲୁସିଭି ଭିଡିଓ

k-999

କଟକ:(ଓଡ଼ିଶା ରିପୋର୍ଟର): କଟକ ସିଡିଏରେ ୪ବର୍ଷର ଝିଅକୁ ନିର୍ଯାତନା ଅଭିଯୋଗ। କୁନି ଝିଅଟିକୁ ମହିଳା ଜଣଙ୍କ କେମିତି ବାଡ଼ିରେ ନିସ୍ତୁକ ପିଟୁଛନ୍ତି ତାହା କ୍ୟାମେରାରେ କଏଦ ହୋଇଛି। ଝିଅଟିକୁ ଲୁଗା ସଫା କରିବାକୁ ମହିଳା ଜଣଙ୍କ ବାଧ୍ୟ କରିଥିଲେ। ଏଥିରେ ସେ ରାଜି ନହେଲେ ମିଳୁଛି ନିର୍ଯାତନା।

ମାଡ଼ ପରେ ମାଡ଼ର ବର୍ଷଣ। ଏହି ଦୃଶ୍ୟ କୌଣସି ବ୍ୟକ୍ତି ନିଜ ମୋବାଇଲରେ କଏଦ କରିବା ପରେ ସିଡବ୍ଲୁସିଙ୍କ ନିକଟରେ ଅଭିଯୋଗ କରିଥିବା କୁହାଯାଉଛି ।  ଏହାପରେ ସିଡବ୍ଲୁସି କର୍ତ୍ତୃପକ୍ଷ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ ।  ଶିଶୁ ଦେହରେ କ୍ଷତଚିହ୍ନ ଥିବା ବି ଦେଖିବାକୁ ମିଳିଛି।  ସୂଚନା ଅନୁଯାୟୀ ଝିଅଟି, ନିଜ ପିଉସୀ ଘରେ ରହୁଥିଲା।  ତା’ ବାପା ମାଆ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି ।  ତେବେ ଘଟଣା ସଂପର୍କରେ ମାଡ଼ ମାରୁଥିବା ମହିଳାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Previous ArticleNext Article

Send this to a friend