ବଦଳିବ ଟର୍ବାଇନ୍‌ର ଜେନେରେଟର: ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ଆଜିଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ

chipilima

ସମ୍ବଲପୁର: ଚିପିଲିମା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଆଜିଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି। ମରାମତି କାମ ପାଇଁ ଆଜିଠାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ବିଦ୍ୟୁତ୍ ଉତ୍ପାଦନକୁ ବନ୍ଦ କରି ଦିଆଯାଇଛି।

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୩ ନମ୍ବର ଟର୍ବାଇନ୍‌ର ଜେନେରେଟର ବଦଳା ଯିବ। ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଚିପିଲିମା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ମୁଖ୍ୟ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।

Previous ArticleNext Article

Send this to a friend