ଚିଟଫଣ୍ଡ ଠକେଇ: ତଦନ୍ତର ଅନୁଧ୍ୟାନ କରିବାକୁ ମନାକଲେ ସୁପ୍ରିମକୋର୍ଟ

supremecourt

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ତଦନ୍ତର ଅନୁଧ୍ୟାନ କରିବାକୁ ସୋମବାର ମନାକରିଛନ୍ତି ସୁପ୍ରିମକୋର୍ଟ। ଏ ସମ୍ପର୍କିତ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ପିଟିସନରଙ୍କର ଆବେଦନକୁ ଖାରଜ କରିଛନ୍ତି। ଏଥିସହିତ କହିଛନ୍ତି ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତକୁ କୋର୍ଟ ଅନୁଧ୍ୟାନ କରିବା ଅନାବଶ୍ୟକ। ଯଦି ଆବେଦନକାରୀ କିମ୍ୱା ପିଟିସନର କୌଣସି ତଥ୍ୟ ବା ଦଲିଲ ଦେବାକୁ ଚାହୁଁଛନ୍ତି ତେବେ ସିବିଆଇ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ କୋର୍ଟ କହିଛନ୍ତି। ସେହିପରି ଜମାକାରୀଙ୍କର କୌଣସି ଆପତ୍ତି ଆବେଦନ ଥିଲେ ସେମାନେ ଉପଯୁକ୍ତ ଫୋରମରେ ଏ ନେଇ ଆବେଦନ କରିବାକୁ କୋର୍ଟ କହିଛନ୍ତି।

Previous ArticleNext Article

2 Comments

  1. Alok Jena has stabbed at the back of 40,00,000 chit fund victims by damaging the case in the Apex Court. e has received huge amount of money from opposite party. If any body happen to see Alok Jena then please garland him with chappals.

  2. kendarapar re police jaha karuchi tha ati nindaniya, police kana criminalku dhariba seta nije criminal heleni. first suspend the kendrapara SP, Ad. SP, IIC, Collector, then jeun ladies police or other police forceable take & arrest social worker mamanta samantraya lathimada & motorcycle broken immediately take action & suspend and arrest.

Send this to a friend