କମିଶନ୍‌ଙ୍କୁ ଠକିଦେଲେ ୧୮୪ ଚିଟ୍‌ଫଣ୍ଡ୍ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍ କମିଶନ ଜଷ୍ଟିସ୍ ଏମ.ଏମ ଦାଶଙ୍କ କୋର୍ଟରେ ହାଜର ହେଉନାହାନ୍ତି ୧୮୪ କମ୍ପାନୀ କର୍ତ୍ତୃପକ୍ଷ। ଡାକ ଯୋଗେ ନୋଟିସ୍‌ ପରେ ମଧ୍ୟ ଏସବୁ କମ୍ପାନୀ କମିଶନଙ୍କ ନିକଟରେ ହାଜର ହେଉ ନଥିବାରୁ ଆଜି ଖବରକାଗଜ ଜରିଆରେ ନୋଟିସ୍‌ ଦେଇଛନ୍ତି କମିଶନ। ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି, ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଏବେ […]

chitfund1

chitfund1

Rakesh Mallick
  • Published: Monday, 23 July 2018
  • Updated: 23 July 2018, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ୍ କମିଶନ ଜଷ୍ଟିସ୍ ଏମ.ଏମ ଦାଶଙ୍କ କୋର୍ଟରେ ହାଜର ହେଉନାହାନ୍ତି ୧୮୪ କମ୍ପାନୀ କର୍ତ୍ତୃପକ୍ଷ। ଡାକ ଯୋଗେ ନୋଟିସ୍‌ ପରେ ମଧ୍ୟ ଏସବୁ କମ୍ପାନୀ କମିଶନଙ୍କ ନିକଟରେ ହାଜର ହେଉ ନଥିବାରୁ ଆଜି ଖବରକାଗଜ ଜରିଆରେ ନୋଟିସ୍‌ ଦେଇଛନ୍ତି କମିଶନ। ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି, ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଏବେ ଜମାକାରୀଙ୍କ ପଞ୍ଚମ ପର୍ଯ୍ୟାୟ ସତ୍ୟପାଠର ଯାଞ୍ଚ ଚାଲିଛି। ଯେଉଁମାନେ ଅଭିଯୋଗ କରିଛନ୍ତି, କାହିଁକି ସେମାନଙ୍କ ଅଭିଯୋଗକୁ ଗ୍ରହଣ କରା ନଯିବ ଓ ପ୍ରକୃତ ଜମାକାରୀ ଭାବେ କାହିଁକି ବିଚାର କରା ନଯିବ ବୋଲି ଜେରାର ହୋଇଥିବା ସଂସ୍ଥାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ଆଗରୁ ରେଜିଷ୍ଟ୍ରି ଡାକ ମାଧ୍ୟମରେ ନୋଟିସ ଦିଆଯାଇଥିଲେ ବି ତାହା କମିଶନଙ୍କ କାର୍ଯ୍ୟାଳୟକୁ ଫେରି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos