ଚିଟ୍‌ଫଣ୍ଡ୍‌ ଠକେଇ: ସାଇ ପ୍ରଗତିର ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ

sai-pragati

କଟକ: ଚିଟ୍‌ଫଣ୍ଡ୍‌ ସଂସ୍ଥା ସାଇ ପ୍ରଗତି ଆସେଟ୍‌ସ ଆଣ୍ଡ୍‌ ପ୍ରପର୍ଟିଜ୍‌ର ଜବତ ସମ୍ପତ୍ତିର ନିଲାମ କରିବାକୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତ ଆଜି ନିର୍ଦେଶ ଦେଇଛନ୍ତି। କମ୍ପାନୀର ବିଭିନ୍ନ ବ୍ୟାଙ୍କରେ ଥିବା ୨କୋଟି ୭୭ଲକ୍ଷ ୭୪ ହଜାର ୮୯୩ ଟଙ୍କା ବ୍ୟାଜାପ୍ତ କରିବା ସହ ଖୋର୍ଦ୍ଧା, ପିପିଲି ଏବଂ ପୁରୀରେ ଥିବା ୪୭ଏକର ୩୭ ଡେସିମିଲ ଜମି ନିଲାମ କରିବାକୁ ଅଦାଲତ କହିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସାଇ ପ୍ରଗତି ଆସେଟସ୍ ଆଣ୍ଡ ପ୍ରପର୍ଟିଜ୍ ଏବଂ ଏସ୍.ଭର୍ଜିନ୍ ୱାର୍ଲ୍ଡୱାଇଡ୍‌ କନ୍‌ସେପ୍ଟ ଏଲ୍‌ଟିଡି ନାମକ ଦୁଇଟି କମ୍ପାନୀ ଜରିଆରେ ବ୍ୟାପକ ପରିମାଣରେ ଅର୍ଥ ହରିଲୁଟ ହୋଇଥିଲା। କ୍ରାମଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ୨୦୧୨ ମେ’ ୧୦ ତାରିଖରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଦୁଇଟି କମ୍ପାନୀ ନାଁରେ ଥିବା ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ୍‌ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜମି ଗୁଡ଼ିକର ସନ୍ଧାନ କରାଯାଇଥିଲା। ଏ ସବୁ ସମ୍ପତ୍ତିକୁ ବ୍ୟାଜାପ୍ତି କରିବାକୁ ୨୦୧୪ ଜୁଲାଇ ମାସ ୨୮ ତାରିଖରେ ଅର୍ଥବିଭାଗ ଅନୁମତି ଦେଇଥିଲା। ଅର୍ଥବିଭାଗ ଅନୁମତି ଆଧାରରେ କଟକ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧୀକାରୀ ସମ୍ପତ୍ତିର ନିଲାମ ଅନୁମତି ପାଇଁ କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ଆବେଦନ କରିଥିଲେ।

Previous ArticleNext Article

Send this to a friend