ଚିତ୍ରା ଆଥ୍ୱାନୀଙ୍କୁ ଜେରା ଲାଗି ବିହାର ଯିବ ପୋଲିସ

ଭୁବନେଶ୍ୱର: ଡେକାନ୍ କ୍ରନିକିଲ୍ ଉପାଧ୍ୟକ୍ଷ ପି.କେ. ଆୟାରଙ୍କ ବାନ୍ଧବୀ ଚିତ୍ରା ଆଥ୍ୱାନୀଙ୍କୁ ଜେରା ପାଇଁ କମିଶନରେଟ ପୋଲିସ ବିହାର ଦରଭଙ୍ଗ। ଯିବ । ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ଚିତ୍ରା କମିଶନରେଟ୍ ପୋଲିସ୍ ନିକଟରେ ହାଜର ହୋଇ ନ ଥିଲେ। ଦ୍ୱିତୀୟ ଥର ପାଇଁ କମିଶନରେଟ୍ ପୋଲିସ୍ ପଠାଇଥିବା ୱାରେଣ୍ଟର ଜବାବରେ ଚିତ୍ରା ଅସୁସ୍ଥ ଥିବାରୁ ହାଜର ହୋଇ ପାରୁ ନ ଥିବା ଦର୍ଶାଇଥିଲେ। ତେଣୁ ଚିତ୍ରାଙ୍କୁ ତାଙ୍କ ଦରଭଙ୍ଗ। ସ୍ଥିତ ଘର କିମ୍ୱା ଡାକ୍ତରଖାନାରେ […]

athawanee

athawanee

Rakesh Mallick
  • Published: Friday, 10 July 2015
  • Updated: 10 July 2015, 08:16 AM IST

Sports

Latest News

ଭୁବନେଶ୍ୱର: ଡେକାନ୍ କ୍ରନିକିଲ୍ ଉପାଧ୍ୟକ୍ଷ ପି.କେ. ଆୟାରଙ୍କ ବାନ୍ଧବୀ ଚିତ୍ରା ଆଥ୍ୱାନୀଙ୍କୁ ଜେରା ପାଇଁ କମିଶନରେଟ ପୋଲିସ ବିହାର ଦରଭଙ୍ଗ। ଯିବ । ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ଚିତ୍ରା କମିଶନରେଟ୍ ପୋଲିସ୍ ନିକଟରେ ହାଜର ହୋଇ ନ ଥିଲେ। ଦ୍ୱିତୀୟ ଥର ପାଇଁ କମିଶନରେଟ୍ ପୋଲିସ୍ ପଠାଇଥିବା ୱାରେଣ୍ଟର ଜବାବରେ ଚିତ୍ରା ଅସୁସ୍ଥ ଥିବାରୁ ହାଜର ହୋଇ ପାରୁ ନ ଥିବା ଦର୍ଶାଇଥିଲେ। ତେଣୁ ଚିତ୍ରାଙ୍କୁ ତାଙ୍କ ଦରଭଙ୍ଗ। ସ୍ଥିତ ଘର କିମ୍ୱା ଡାକ୍ତରଖାନାରେ ଜେରା କରିବା ପାଇଁ ଏକ ଦୁଇ ଜଣିଆ ଟିମ୍ ବିହାର ଯିବ ବୋଲି କମିଶନରେଟ୍ ପୋଲିସ୍ ସୂଚନା ଦେଇଛି। ବହୁକୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୁକ୍ତ ଡେକାନ୍ କ୍ରୋନିକିଲ୍ ଉପାଧ୍ୟକ୍ଷ ପି.କେ. ଆୟାର ଚିତ୍ରାଙ୍କ ନାଁରେ ଭୁବନେଶ୍ୱରସ୍ଥିତ ହୋଟେଲ୍ ଟ୍ରାଇଡେଣ୍ଟରେ ବୁକ୍ ହୋଇଥିବା ରୁମରେ ରହୁଥିଲେ। ରାଜ୍ୟ ଗୁଇନ୍ଦା ସୂଚନା ମୁତାବକ କମିଶନରେଟ୍ ପୋଲିସ ଗତ ଜୁନ୍ ୫ ତାରିଖ ରାତିରେ ହୋଟେଲରେ ଚଢ଼ାଉ କରି ଆୟାରଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos