ରାଜନୀତିରେ ଚିତ୍ର ତାରକା : ଦିନେ ନାହିଁ କି କାଳେ ନାହିଁ, ଗହ୍ମା ପୁନେଇଁରେ ମାଇଁ ମାଇଁ

ଭୁବନେଶ୍ୱର,(ଦେବଦତ୍ତ ରଥ): ଓଡ଼ିଆରେ ଏକ ଢଗ ଅଛି।  ଦିନେ ନାହିଁ କି କାଳେ ନାହିଁ: ଗହ୍ମା ପୁନେଇଁରେ ମାଇଁ ମାଇଁ। ଅର୍ଥ ତ’ ବୁଝି ହେଇଯାଉଛି। ତେବେ ରାଜନୀତି ଭିତରେ ଚଳଚିତ୍ର ତାରକାଙ୍କ ପ୍ରବେଶକୁ ଦେଖି ଠିକ୍ ସେୟା ଲାଗୁଛି। ଚଳଚିତ୍ରରେ ଅଭିନୟ କରି ସେଲିବ୍ରେଟି ହେଇଯିବା ପରେ ଅନେକ ରାଜନୀତିରେ ପାଦ ଥାପୁଛନ୍ତି। ଏମାନେ ସେଳିବ୍ରେଟି ହେଇଥିବାରୁ ଏବଂ ଲୋକମାନେ ସହଜରେ ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଯାଉଥିବାରୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଏମାନଙ୍କୁ […]

bijeypur

bijeypur

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 09:11 PM IST

Sports

Latest News

ଭୁବନେଶ୍ୱର,(ଦେବଦତ୍ତ ରଥ): ଓଡ଼ିଆରେ ଏକ ଢଗ ଅଛି।  ଦିନେ ନାହିଁ କି କାଳେ ନାହିଁ: ଗହ୍ମା ପୁନେଇଁରେ ମାଇଁ ମାଇଁ। ଅର୍ଥ ତ’ ବୁଝି ହେଇଯାଉଛି। ତେବେ ରାଜନୀତି ଭିତରେ ଚଳଚିତ୍ର ତାରକାଙ୍କ ପ୍ରବେଶକୁ ଦେଖି ଠିକ୍ ସେୟା ଲାଗୁଛି। ଚଳଚିତ୍ରରେ ଅଭିନୟ କରି ସେଲିବ୍ରେଟି ହେଇଯିବା ପରେ ଅନେକ ରାଜନୀତିରେ ପାଦ ଥାପୁଛନ୍ତି। ଏମାନେ ସେଳିବ୍ରେଟି ହେଇଥିବାରୁ ଏବଂ ଲୋକମାନେ ସହଜରେ ଏମାନଙ୍କ ପ୍ରତି ଆକର୍ଷିତ ହୋଇ ଯାଉଥିବାରୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଏମାନଙ୍କୁ ଦଳରେ ସାମିଲ କରିବାକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ବାସ୍ତବରେ ରାଜନୀତି କରିବା ଉଦ୍ଦେଶ୍ୟ ରଖି ଆସୁଛନ୍ତି। ସେମାନଙ୍କ ପାଖରେ ରାଜନୈତିକ ଟ୍ୟାଲେଣ୍ଟ ରହୁଛି। ରାଜନୀତି ହିଁ ସେମାନଙ୍କ କ୍ଷେତ୍ର ଚିନ୍ତା କରି ସେମାନେ ପୂର୍ଣ୍ଣ ସମୟ ଦେଉଛନ୍ତି। କିନ୍ତୁ ଅଧିକାଂଶଙ୍କୁ ଦେଖା ଯାଉଛି କେବଳ ନିର୍ବାଚନ । ନଚେତ ଟିଭି ଚ୍ୟାନେଲରେ ଏବଂ ଅନ୍ୟ ସମୟରେ ସୁଟିଂ ସେଟରେ। ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଲା। ମହେଶ୍ୱେତା ରାୟ  ଆସି ବିଜେପିରେ ଯୋଗ ଦେଲେ। ଅପରାଜିତା ମହାନ୍ତି କୋଉଠି ଥିଲେ, ହଠାତ କୁଆଡୁ ଆସି ୨୦୧୪ରେ କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଲେ। ହାରିଗଲେ ଏବଂ ତା'ପରେ କୁଆଡ଼େ ଚାଲିଗଲେ। ଏବେ ଯେତେବେଳେ ନିର୍ବାଚନ ପାଖେଇ ଆସିଲା, ଚାଲି ଆସିଲେ। ନା  ସଙ୍ଗଠନ କରିବା ଦରକାର ପଡ଼ିଲା ନା ଦଳ ପାଇଁ ପରିଶ୍ରମ। ସିଧା ନେତା ଓ ନେତ୍ରୀ।

ମିହିର ଦାସଙ୍କ କଥା ମଧ୍ୟ ସେୟା। ଅଚାନକ ଏମାନଙ୍କୁ ଆଣି ନେତା/ନେତ୍ରୀ ସଜାଇ ଷ୍ଟେଜ୍ ଉପରେ ଠିଆ କରି ଦିଆଯାଉଛି। ଯେଉଁ ଦଳ ପାଇଁ ସେମାନେ କାମ କରୁଛନ୍ତି ତାର ନୀତି ଆଦର୍ଶ କ'ଣ ସେମାନଙ୍କୁ ଜଣା ନ ଥିବ। ଏପରିକି ହୁଏତ ରାଜନୀତି କ'ଣ ବି ସେମାନେ ଜାଣି ନ ଥିବେ। ସେଥିପାଇଁ ବୋଧେ ଷ୍ଟେଜ୍ ଉପରେ ବାଉଳା ହୋଇ ଅନୁ ଚୌଧୁରୀ କହୁ କହୁ କହି ପକାଇଲେ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!ପପୁ ପମ ପମ ହଠାତ କୁଆଡୁ ଆସି ବିଜେଡିରୁ ଏମଏଲଏ ପ୍ରାର୍ଥୀ ହୋଇ ହାରି ଯାଇଥିଲେ।  ପରେ ବିବାଦୀୟ ହୋଇ ରାଜନୀତିରୁ ତଡ଼ାଖାଇ ଏବେ ରାଜନୀତି ଠାରୁ ଦୂରରେ। ବିଜୟ ମହାନ୍ତି ମଧ୍ୟ ହଠାତ ଆସି ଟିକେଟ ପାଇଲେ । କିନ୍ତୁ ହାରିଗଲେ।  ତା’ପରେ ଗାୟବ ହୋଇଗଲେ। ହାସ୍ୟ ଅଭିନେତା ହରିଙ୍କୁ ଏବେ ରାଜନୀତିରେ ଦେଖିବାକୁ ମିଳୁଛି। ପିଙ୍କି ପ୍ରଧାନଙ୍କୁ ଅବଶ୍ୟ ଅଳ୍ପେ ବହୁତେ ରାଜନୀତି ପାଇଁ ସମୟ ଦେଉଥିବାର ଦେଖିବାକୁ ମିଳୁଛି। ସେହିପରି ସିନେମା ଜଗତରୁ ହଠାତ ଆସି ସିଦ୍ଧାନ୍ତ ମହାପାତ୍ର ବିଜେଡି ପକ୍ଷରୁ ବ୍ରହ୍ମପୁରରୁ ଦୁଇ ଦୁଇ ଥର ଏମପି ହେଲେଣି। ସଂସଦରେ ପ୍ରଶ୍ନୋତ୍ତରରେ ଭାଗ ନେବା ଓଡ଼ିଶା ସମ୍ଵନ୍ଧୀୟ ପ୍ରଶ୍ନ କରିବା ତ’ ପ୍ରାୟ ଦେଖାଯାଆନ୍ତି ନାହିଁ। ବ୍ରହ୍ମପୁର ବାସିନ୍ଦା ମଧ୍ୟ ସିଦ୍ଧାନ୍ତଙ୍କୁ କମ ଦେଖନ୍ତି। ସଂସଦୀୟ କ୍ଷେତ୍ର ଅପେକ୍ଷା ଟିଭି ପରଦାରେ ସେ ଅଧିକ ଦେଖା ଯାଆନ୍ତି। କିମ୍ବା ଗୋପାଳପୁର ବିଚ୍ ଫେସଟିବାଲରେ। ରାଜ୍ୟସଭାକୁ ଯାଇଥିବା ଅନୁଭବ ମହାନ୍ତିଙ୍କ କଥା ଟିକେ ଅଲଗା। ତାଙ୍କୁ ବେଳେ ବେଳେ ସଂସଦରେ ଦେଖିବାକୁ ମିଳେ। କିନ୍ତୁ ଅଧିକାଂଶ ସମୟ ରାଜନୀତିରେ ସକ୍ରିୟ ରହିବା ଅପେକ୍ଷା ସୁଟିଂ ସେଟରେ ବେଶୀ ସମୟ ଦେବାକୁ ଉଚିତ ମଣନ୍ତି।

ଏବେ ବିଜେପୁର ନିର୍ବାଚନରେ କିନ୍ତୁ ଭଡ଼ାରେ ଆସିଲା ଭଳି ଏସଭିଙ୍କ କାରନାମା ଦେଖିବାକୁ ମିଳିଲା। ଏମିତିରେ ତ' ବିଜେପୁର ଏଇ କିଛି ଦିନ ପାଇଁ ଯେମିତି ରାଜନୀତିର ଏକ ରଙ୍ଗମଞ୍ଚ ପାଲଟି ଯାଇଥିଲା। ଜୟ ଲଲିତା ସିନେ ଜଗତରୁ ରାଜନୀତିକୁ ଆସିଥିଲେ ମଧ୍ୟ ସେ ଅଭିନୟ ଜଗତକୁ ସଂପୂର୍ଣ୍ଣ ତ୍ୟାଗ କରିଥିଲେ। ରାଜନୀତି ପାଇଁ ସମୟ ଦେଲେ।ମୁଖ୍ୟମନ୍ତ୍ରୀ ହୋଇ ପାରିଲେ। ସିରିଏଲ ଜଗତର ଷ୍ଟାର ସ୍ମୃତି ଇରାନୀ ରାଜନୀତିକୁ ଆସି ଏବେ ରାଜନୀତିରେ ଏକ ଷ୍ଟାର ହୋଇ ଯାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ହୋଇ ପାରିଛନ୍ତି। ସେ ମଧ୍ୟ କଳା ଜଗତକୁ ଛାଡ଼ି ରାଜନୀତିରେ ପୂର୍ଣ୍ଣ ସମୟ ଦେଉଛନ୍ତି। ଅମିତାଭ ବଚ୍ଚନଙ୍କ ସମେତ ଧର୍ମେନ୍ଦ୍ର, ହେମା ମାଳିନୀ, ଜୟପ୍ରଦା,ଶତୃଘନ ସିହ୍ନା, ଜୟା ବଚ୍ଚନ, ଗୁଲ ପନାଗ, ନଗମା, ରୁପା ଗାଙ୍ଗୁଲି, ବିନୋଦ ଖାନା, ଦାରା ସିଂ, ଗୋବିନ୍ଦା, ପରେଶ ରାୱଲ, ମୁନମୁନ ସେନ, ସାବନା ଆଜମି, କିରଣ ଖେର୍, ମନୋଜ ସିହ୍ନା, ରାଜ ବାବର, ଶେଖର ସୁମନ ପରି ଅନେକ ଚିତ୍ର ତାରକା ରାଜନୀତିକୁ ଆସିଛନ୍ତି। କେତେ ସାଂସଦ ମଧ୍ୟ ହୋଇ ପାରିଛନ୍ତି। କେତେଜଣ ରାଜନୀତିରେ ସମୟ ଦେଇଛନ୍ତି।  ରାଜନୀତିରେ ନା କରିଛନ୍ତି। ଆଉ କିନ୍ତୁ ଅନେକ ଉଡ଼ା ଚଢ଼େଇ ପରି ଆସିଛନ୍ତି। ଉଡ଼ି ଯାଇଛନ୍ତି। ଅମିତାଭ ପରି ଅଭିନେତା ତ’ ରାଜନୀତିରୁ ସଂପୂର୍ଣ୍ଣ ଦୂରେଇ ଗଲେ। ରେଖା ସ୍ୱତନ୍ତ୍ର ମନୋନିତ ସଦସ୍ୟା ଭାବରେ ରାଜ୍ୟସଭାକୁ ଗଲେ। କିନ୍ତୁ ରାଜ୍ୟସଭାରେ ଅତ୍ୟନ୍ତ ଦୁର୍ବଳ ଉପସ୍ଥାନ ପାଇଁ ସେ ସମାଲୋଚିତ। ଏବେ ରଜନୀକାନ୍ତ ରାଜନୀତିରେ ପାଦ ଥାପିଛନ୍ତି,ରାଜନୀତିର କୌଣସି  ଅଭିଜ୍ଞତା ନଥାଇ ନୂଆ ଦଳ ଗଢ଼ିଛନ୍ତି।

ଚଳଚ୍ଚିତ୍ର ଜଗତରୁ ରାଜନୀତି କ୍ଷେତ୍ରକୁ ଆସିବା କିଛି ଖରାପ କଥା ନୁହେଁ। କିନ୍ତୁ ସିନେ ଜଗତର ମୋହ ଛାଡ଼ି ଏମାନେ ରାଜନୀତି ପାଇଁ ପୂର୍ଣ୍ଣ ସମୟ ଦେବା ଉଚିତ। ଦଳ ପାଇଁ।  ନିର୍ବାଚିତ କ୍ଷେତ୍ର ପାଇଁ। ନିର୍ବାଚନ କ୍ଷେତ୍ରର ଲୋକଙ୍କ ପାଇଁ ସମୟ ଦେବା ଉଚିତ। ନଚେତ ଏପରି ଉଡ଼ା ଚଢ଼େଇ ପରି ଆସିଲେ ଯେ,  କେହି କହିବ ଦିନେ ନାହିଁ କି କାଳେ ନାହିଁ, ଗହ୍ମା ପୁନେଇଁରେ  ମାଇଁ ମାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story