ନିଖୋଜ ଛାତ୍ର ଡ୍ରେନ୍‌ ଭିତରୁ ଉଦ୍ଧାର, ହତ୍ୟା ଉଦ୍ୟମ ଅଭିଯୋଗ

koraput

କୋରାପୁଟ(ଓଡ଼ିଶା ରିପୋର୍ଟର): ସେବାଶ୍ରମ ସ୍କୁଲ ବାହାରୁ ଡ୍ରେନ୍‌ରୁ ଉଦ୍ଧାର ହେଲେ ଛାତ୍ର। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ  ଜିଲ୍ଲା ମହାଦେଇପୁଟ ସେବାଶ୍ରମ ବିଦ୍ୟାଳୟରେ। ଛାତ୍ର ଜଣକ ହେଲେ  ନନ୍ଦପୁର ବ୍ଳକ୍ ଉଜ୍ଜ୍ୱେଲ ଗାଁର ମହେଶ୍ୱର ଭୋଇଙ୍କ ପୁଅ ସରୋଜ ଭୋଇ। ସରୋଜଙ୍କୁ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ପ୍ରଥମ ଶ୍ରେଣୀର ଛାତ୍ର ସରୋଜ ବୁଧବାର ଠାରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ପରିବାର ଲୋକେ ଆସି ଖୋଜା ଖୋଜି କରିବା ପରେ  ସ୍କୁଲ ବାହାର ଡ୍ରେନ୍‌ରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ସରୋଜର ବେକ ଚିପି ମାରିବାକୁ ଚେଷ୍ଟା କରାଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି।

ଏନେଇ କୋରାପୁଟ ସଦର ଥାନାରେ ଏତଲା ଦିଆଯାଇଛି। ଘଟଣା ତଦନ୍ତ ଚାଲିଥିବା ଏସ୍‌ଡିପିଓ କହିଛନ୍ତି।

Previous ArticleNext Article

Send this to a friend