ମାଟ୍ରିକ ପରୀକ୍ଷାରେ ଫେଲ୍ ହେଲେ ବୋଲି...

କେନ୍ଦ୍ରାପଡ଼ା, (ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ସାନ୍ତସାହିରେ ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରତିକୃଷ୍ଣ ଖୁଣ୍ଟିଆ। ଚଳିତ ବର୍ଷ ରତିକୃଷ୍ଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିରେ ସେ ଫେଲ୍ ହୋଇଥିଲେ। ସେଥିପାଇଁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି। ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।  କେନ୍ଦ୍ରାପଡ଼ା ଟାଉନ ଥାନା […]

ertr

ertr

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 09:56 AM IST

Sports

Latest News

କେନ୍ଦ୍ରାପଡ଼ା, (ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ସାନ୍ତସାହିରେ ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରତିକୃଷ୍ଣ ଖୁଣ୍ଟିଆ। ଚଳିତ ବର୍ଷ ରତିକୃଷ୍ଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିରେ ସେ ଫେଲ୍ ହୋଇଥିଲେ। ସେଥିପାଇଁ ମାନସିକ ବିଷାଦରେ ରହୁଥିଲେ ବୋଲି ଜଣାପଡ଼ିଛି।

ରତିକୃଷ୍ଣ ଗତ ରାତିରେ ବାପା ମଳୟ ଖୁଣ୍ଟିଆଙ୍କ ପାଖରେ ଶୋଇଥିଲେ। ରାତିରେ ଉଠି ଘର ଭିତରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।  କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ମୃତ ରତିକୃଷ୍ଣଙ୍କ ବାପା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅନ୍ତର୍ଗତ ଗୋପେଇ ଗାଁରେ ଭିଏଲ୍‌ଡବ୍ଲ୍ୟୁ ଭାବେ କାର୍ଯ୍ୟ କରନ୍ତି। ସାନ୍ତସାହିରେ ବାପ ପୁଅ ଭଡ଼ା ରହୁଥିଲେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos