‘ବିଜେପି ପ୍ରାର୍ଥୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗାଯାଇଛି’

ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରର ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀ ସଭା ଉପରକୁ ଚପଲ ମାଡ଼ ହୋଇଛି।  ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି କିଶୋର ବହିଦାର ଏବଂ ଲୋକନାଥ ପଟେଲ୍ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିବାକୁ କହିଥିଲେ ବୋଲି ଅଭିଯୁକ୍ତ କାର୍ତ୍ତିକ ମେହେର କହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ସଦର ଏସଡିପିଓ ସୁରେଶ କୁମାର ନାୟକ। ଅଭିଯୁକ୍ତ ଚିହ୍ନଟ ହୋଇଛି। ସେ ପଦ୍ମପୁର ଥାନା ଅନ୍ତର୍ଗତ ବୁଢାପାଲିର। ଉସୁକାଇଥିବା ଅନ୍ୟ ଦୁଇ ବ୍ୟକ୍ତି ମଧ୍ୟ ବୁଢାପାଲିର। କାର୍ତ୍ତିକ ମେହେର ପକେଟରୁ ବିଜେପିର ପତାକା ମିଳିଥିବା ନେଇ ଏସଡିପିଓ କହିଛନ୍ତି। ଏହାକୁ ନେଇ ବରପାଲି ଥାନାରେ ମାମଲା ରୁଜୁ କରାଯାଇଛି। ଆଇପିସି ଧାରା ୪୪୮, ୩୪୧, ୩୩୬, ୩୫୫ ଏବଂ ୧୨୦ବି ଧାରାରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ।  ଅଭିଯୁକ୍ତ କାର୍ତ୍ତିକ ମେହେର ଆହତ ଥିବାରୁ ତାକୁ ଚିକିତ୍ସା ଲାଗି ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ଦେଇଛନ୍ତି ଏସଡିପିଓ।

ଗତକାଲି ମୁଖ୍ୟମନ୍ତ୍ରୀ ବରପାଲି କୁମ୍ଭାରୀ ସଭାରେ ଉଦବୋଧନ ଦେଉଥିବା ବେଳେ କାର୍ତ୍ତିକ ଅତି ନିକଟରୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଦୁଇଟି ଚପଲ ଫିଙ୍ଗିଥିଲେ। ତେବେ ସୁରକ୍ଷା କର୍ମୀ ଚପଲକୁ ଅଟକାଇ ଦେବାସହ ନବୀନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ଗୋଟିଏ ଚପଲକୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଧରି ପକାଇଥିବା ବେଳେ ଅନ୍ୟ ଚପଲଟି ନବାଜି ତଳେ ପଡ଼ିଯାଇଥିଲା। ଏହାପରେ ସୁରକ୍ଷା କର୍ମୀ କାର୍ତ୍ତିକଙ୍କୁ କାବୁ କରି ନେଇଥିଲେ।

Ordigital Desk
• Published: Wednesday, 21 February 2018
• Updated: 21 February 2018, 09:11 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos