ଓଡ଼ିଶା ବିଜେପି ନେତାଙ୍କୁ ନବୀନଙ୍କ ତାଚ୍ଛଲ୍ୟ: କହିଲେ, ଅଯଥା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ବିଜେପି ସରକାର ଏବଂ ଛତିଶଗଡ଼ର ବିଜେପି ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ବିଜେପି ନେତାଙ୍କର ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ ବୋଲି ଆଜି ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାର ଉଦଘାଟନ ଅବସରରେ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଧାସଳଖ ବିଜେପି […]

bre

bre

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 04:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ବିଜେପି ସରକାର ଏବଂ ଛତିଶଗଡ଼ର ବିଜେପି ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି। ଓଡ଼ିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ବିଜେପି ନେତାଙ୍କର ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ ବୋଲି ଆଜି ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାର ଉଦଘାଟନ ଅବସରରେ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସିଧାସଳଖ ବିଜେପି ନେତା ଏବଂ ଦଳକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ନେତାମାନେ ଛତିଶଗଡ଼ର ବିଜେପି ସରକାରକୁ ବିରୋଧ କରିପାରିବେ କି ? ବିଜେଡି ଓଡ଼ିଶାର ହକ୍ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ଏବଂ ବିଜେଡିର ଦାବି ଯୋଗୁ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ହେଲା। ମହାନଦୀ କେବଳ ବିଜେଡିର ନୁହେଁ, ସାରା ଓଡ଼ିଶାର।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,“ବର୍ଷା ଦିନେ ମହାନଦୀରେ ପାଣି ସମସ୍ୟା ନ ଥିବା ବେଳେ ଛତିଶଗଡ଼ରେ ଅନେକ ବ୍ୟାରେଜ ନିର୍ମାଣ ଯୋଗୁଁ ଅନ୍ୟ ଋ଼ତୁରେ ପାଣି ଶୁଖିଲା ରହୁଛି।  ହୀରାକୁଦରେ ପାଣି ଶୁଖି ଯାଉଛି। ବ୍ୟାରେଜ ନିର୍ମାଣ ହେଲେ ସମସ୍ୟାର ସମାଧାନ ହେବନାହିଁ। ବ୍ୟାରେଜ ପାଖରେ ପାଣି ରହିବ କିନ୍ତୁ ମହାନଦୀରୁ ୫୦୦ କିଲୋମିଟର ଦୂରରେ ପାଣି ମିଳିବ ନାହିଁ। ରବି ଚାଷ ପାଇଁ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପଦଜନକ ହେବ। ତେଣୁ ଯେଉଁମାନେ ବ୍ୟାରେଜ କଥା କହୁଛନ୍ତି, ସେମାନଙ୍କ ଦୋମୁହାଁ ନୀତିକୁ ଓଡ଼ିଶାବାସୀ ଜାଣି ସାରିଲେଣି।”

ନବୀନ କହିଛନ୍ତି,“ଚାଷୀଙ୍କ ପାଇଁ ରାଜ୍ୟ ସରକାର ମହାନଦୀରେ ଅନେକ ମେଗା ଲିଫ୍‌ଟ ଇରିଗେସନ ପ୍ରକଳ୍ପ କରିଛନ୍ତି। ଆଗକୁ ମଧ୍ୟ ଆହୁରି ଉଠା ଜଳ ସେଚନ ପ୍ରକଳ୍ପ ଏବଂ ବ୍ୟାରେଜ ନିର୍ମାଣ କରାଯିବ। ଲୋକ ଯେପରି ବିସ୍ଥାପିତ ନ ହେବେ ସେଥିପ୍ରତି ଧ୍ୟାନ ଦେଇ ବ୍ୟାରେଜ ନିର୍ମାଣ କରାଯିବ। ମହାନଦୀକୁ କୌଣସି ପରିସ୍ଥିତିରେ ଶୁଖିଲା ହେବାକୁ ଦିଆଯିବ ନାହିଁ। ମହାନଦୀର ସୁରକ୍ଷା ପାଇଁ ଲଢ଼େଇ ଜୋରଦାର ହେବ।”

ସୂଚନାଯୋଗ୍ୟ, ବିଜେଡି ଆଜିଠୁ ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟକୁ ଓହ୍ଲାଇଛି। ମହାନଦୀର ଓଡ଼ିଶା ପ୍ରବେଶପଥ ଝାରସୁଗୁଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖିଲିରେ ବିଜେଡିର ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। ୧୫ଟି ଜିଲ୍ଲା ଅତିକ୍ରମ କରି ଏଇ ଯାତ୍ରା ପାରାଦୀପରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos