ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌କୁ ନେଇ ଚର୍ଚ୍ଚା

CMO

ଭୁବନେଶ୍ୱର: ନିର୍ବାଚନୀ ଖର୍ଚ୍ଚ ନେଇ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ୨୦୧୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଖଲ କରିଥିବା ସତ୍ୟପାଠ ଓ ଦଳ ଦାଖଲ କରିଥିବା ସତ୍ୟପାଠ ମଧ୍ୟରେ ତାଳମେଳ ନାହିଁ। ସେ ନେଇ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିବା ଚର୍ଚ୍ଚା ହେଉଛିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟପାଠରେ ନିର୍ବାଚନୀ ଖର୍ଚ୍ଚର ଭୁଲ ତଥ୍ୟ ଦେଇଥିବା ନେଇ ସାମାଜିକ କର୍ମୀ ସୁବାସ ମହାପାତ୍ର ଓ ହିଞ୍ଜିଳିର ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ହାଇକୋର୍ଟରେ ଦୁଇଟି ପୃଥକ ମାମଲା ଦାଏର କରିଥିଲେ। ପରେ ସୁବାସ ଏହି ମାମଲାରେ ସୁପ୍ରିମକୋର୍ଟ ଯାଇଥିଲେ।

ଗତ ୨୭ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ତିନି ମାସ ଭିତରେ ପଦକ୍ଷେପ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଇସି ନବୀନଙ୍କୁ ନୋଟିସ ଜାରି କରିଥିବା ଚର୍ଚ୍ଚା ହେଉଛି। ଏହି ନୋଟିସ ଏ ପର୍ଯ୍ୟନ୍ତ ମିଳିନାହିଁ, ଯଦି ଆସେ ତେବେ ଏହାର ଉତ୍ତର ଦିଆଯିବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

Previous ArticleNext Article

Send this to a friend