ଦରମା ମାଗିବାରୁ ସାର୍‌ଙ୍କୁ ବାନ୍ଧି ପିଟିଲେ କୋଚିଂ ସେଣ୍ଟର ମାଲିକ, ଭାରଇରାଲ୍‌ କଲେ ଭିଡ଼ିଓ

ନୟାଗଡ଼ (ସତ୍ୟନାରାୟଣ ସୁର୍‌ଜଗଦେବ): ଇଂରାଜୀ ସାର୍‌ କୋଚିଂ ସେଣ୍ଟରକୁ ପଢ଼ାଇବାକୁ ଯାଉଥିଲେ। ହେଲେ କୋଚିଂ ସେଣ୍ଟର ମାଲିକ ନିୟମିତ ଟଙ୍କା ଦେଉନଥିଲେ। ବାରମ୍ୱାର ଦରମା ଟଙ୍କା ମାଗି ନିରାଶ ହେବା ପରେ ସାର୍‌ ଆଉ ପାଠ ପଢ଼ାଇବାକୁ ଗଲେନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋଚିଂ ସେଣ୍ଟର ମାଲିକ ସାର୍‌ଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ । ଫତେଗଡ଼ ଥାନା କରବର ଗାଁ ଇଂରାଜୀ ସାର୍‌ ପିତାମ୍ୱର(ଛଦ୍ମନାମ)। ବିଭିନ୍ନ କୋଚିଂ […]

coaching master beat teacher in nayagardh

coaching master beat teacher in nayagardh

Rakesh Mallick
  • Published: Friday, 29 June 2018
  • Updated: 29 June 2018, 11:25 PM IST

ନୟାଗଡ଼ (ସତ୍ୟନାରାୟଣ ସୁର୍‌ଜଗଦେବ): ଇଂରାଜୀ ସାର୍‌ କୋଚିଂ ସେଣ୍ଟରକୁ ପଢ଼ାଇବାକୁ ଯାଉଥିଲେ। ହେଲେ କୋଚିଂ ସେଣ୍ଟର ମାଲିକ ନିୟମିତ ଟଙ୍କା ଦେଉନଥିଲେ। ବାରମ୍ୱାର ଦରମା ଟଙ୍କା ମାଗି ନିରାଶ ହେବା ପରେ ସାର୍‌ ଆଉ ପାଠ ପଢ଼ାଇବାକୁ ଗଲେନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋଚିଂ ସେଣ୍ଟର ମାଲିକ ସାର୍‌ଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ ।

ଫତେଗଡ଼ ଥାନା କରବର ଗାଁ ଇଂରାଜୀ ସାର୍‌ ପିତାମ୍ୱର(ଛଦ୍ମନାମ)। ବିଭିନ୍ନ କୋଚିଂ ସେଣ୍ଟରରେ ପଢ଼ାଇ ଯାହା ଇନ୍‌କମ୍‌ କରନ୍ତି ସେଥିରେ ଚଳେ ପୂରା ପରିବାର। ଚଳିତବର୍ଷ ପିତାମ୍ୱର କଣ୍ଟିଲୋରେ ଏକ କୋଚିଂ ସେଣ୍ଟରରେ ପଢ଼ାଇବା ପାଇଁ ଅନୁବନ୍ଧିତ ହୋଇଥିଲେ। ଏଥିପାଇଁ ୪୦୦୦ ଟଙ୍କା ଦରମା ଛିଡ଼ି ଥିଲା। ପ୍ରଥମ ତିନି ମାସ ଠିକ୍‌ ସମୟରେ ଦରମା ମିଳିଥିଲା। ପରେ ଠିକ୍‌ରେ ନିର୍ଦ୍ଧାରିତ ଦରମା ମିଳି ନଥିଲା। କେଉଁ ମାସ ୨୦୦୦ ତ ଆଉ କେଉଁ ମାସ ୩୦୦୦ ଟଙ୍କା ଦରମା କୋଚିଂ ସେଣ୍ଟର ମାଲିକ ଦେଉଥିଲେ। ଏହାକୁ ନେଇ ପୀତାମ୍ୱରଙ୍କ ମନ ଭିତରେ କ୍ଷୋଭ ପ୍ରକାଶ ପାଇଥିଲା। ବକେୟା ଦରମା ଦେବା ପାଇଁ ବାରମ୍ୱାର ଅନୁରୋଧ କରୁଥିଲେ। ମାତ୍ର ଏଥିପ୍ରତି କୋଚିଂ ସେଣ୍ଟର ମାଲିକ ଧ୍ୟାନ ଦେଉ ନଥିଲେ। ଫଳରେ ସେ ବାଧ୍ୟହୋଇ କୋଚିଂ ସେଣ୍ଟରକୁ ଯିବା ବନ୍ଦ କରିଦେଇଥିଲେ। ଏଥିରେ କୋଚିଂ ସେଣ୍ଟର ମାଲିକ ଉତ୍‌କ୍ଷିପ୍ତ ହୋଇ ଗତ ୫ ତାରିଖରେ ପୀତାମ୍ୱର ସାର୍‌ଙ୍କୁ ଉଠାଇ ନେଇଥିଲେ। କଣ୍ଟିଲୋ ବନ୍ଧ ଶେଷରେ ଥିବା ବରଗଛରେ ତାଙ୍କୁ ବାନ୍ଧି ଦେଇ ନିର୍ଦ୍ଧୁମ ପିଟିଥିଲେ। ଏପରିକି ତାଙ୍କ ବେକରେ ଚପଲ ମାଳ ପକାଇ ଚୁଟି କାଟି ଦେଇଥିଲେ। ଏହାର ଭିଡିଓ ସୁଟିଂ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos