ବଲାଙ୍ଗିରରେ ବିଜେଡି ଫାଳଫାଳ! ବିଧାୟକଙ୍କ ପଛରେ ପଡ଼ି ଯାଇଛନ୍ତି ସାଂସଦ!!

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ବିଜେଡ଼ିରେ ସବୁ କିଛି ଠିକ୍‌ଠାକ୍ ଚାଲି ନାହିଁ। ଲାଗୁଛି ଦଳର ତୁଙ୍ଗ ନେତାଙ୍କ ମଧ୍ୟରେ ଭଲ ପଡ଼ୁ ନାହିଁ। କିଛି ଦିନ ତଳେ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ବିଦେଶୀ କହି ତାଙ୍କ ବିରୋଧରେ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓଙ୍କ ସମର୍ଥକ ଏକ ପ୍ରକାର ବିଦ୍ରୋହ ଘୋଷଣା କରିଥିବା ବେଳେ ଏବେ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନଙ୍କୁ ବିରୋଧ କରିଛନ୍ତି। ସାଂସଦଙ୍କ ଉପସ୍ଥିତିରେ ସେମାନେ କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ […]

blg

blg

Rakesh Mallick
  • Published: Saturday, 30 June 2018
  • Updated: 30 June 2018, 02:54 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ବିଜେଡ଼ିରେ ସବୁ କିଛି ଠିକ୍‌ଠାକ୍ ଚାଲି ନାହିଁ। ଲାଗୁଛି ଦଳର ତୁଙ୍ଗ ନେତାଙ୍କ ମଧ୍ୟରେ ଭଲ ପଡ଼ୁ ନାହିଁ। କିଛି ଦିନ ତଳେ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ବିଦେଶୀ କହି ତାଙ୍କ ବିରୋଧରେ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓଙ୍କ ସମର୍ଥକ ଏକ ପ୍ରକାର ବିଦ୍ରୋହ ଘୋଷଣା କରିଥିବା ବେଳେ ଏବେ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାନଙ୍କୁ ବିରୋଧ କରିଛନ୍ତି। ସାଂସଦଙ୍କ ଉପସ୍ଥିତିରେ ସେମାନେ କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ବର୍ଷିଛନ୍ତି। ଆୟୁବ ମଧ୍ୟ ଛାଡ଼ି ନାହାଁନ୍ତି। ଜିଲ୍ଲା ସଭାପତି ଭାବେ ସାଂସଦ ଠିକ୍ ଭାବେ କାମ କରୁ ନାହାଁନ୍ତି ବୋଲି ସେ କହିଛନ୍ତି।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲାରେ କର୍ମୀ ସମ୍ମିଳନୀରେ ସାଂସଦ କହିଥିଲେ,  “ଏଠି ହଜାରେ ଦୁଇ ହଜାର ଟଙ୍କା ନଦେଲେ କିଛି ସରକାରୀ କାମ ହୁଏ ନାହିଁ।  ବିଜୁ ପକ୍କା ଘରଟିଏ ପାଇଁ ଟଙ୍କା ଦେବାକୁ ପଡ଼େ।  ସରକାର ଯେତିକି ଟଙ୍କା ଦେଉଛନ୍ତି, ଏଠି କୌଣସି ଅସୁବିଧା ରହିବା କଥା ନୁହେଁ।”

ସାଂସଦ କାହାକୁ ଉଦ୍ଦେଶ୍ୟ କରି ଏମିତି ମନ୍ତବ୍ୟ ଦେଇଥିଲେ? ଏହା ବିଧାୟକ ଆୟୁବ ଖାଁଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି। କାରଣ ଏ କର୍ମୀ ସମ୍ମିଳନୀରେ କେବଳ ସାଂସଦଙ୍କ ସମର୍ଥକ ଉପସ୍ଥିତ ଥିଲେ। ବିଧାୟକ ଆୟୁବ ଖାଁ ଅବା ତାଙ୍କର ସମର୍ଥକଙ୍କୁ ଡକାଯାଇ ନ ଥିଲା ବୋଲି ଅଭିଯୋଗ ହୋଇଛି।

ଏହା ପୂର୍ବରୁ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଏକ ସଭା ହୋଇଥିଲା। ଏଥିରେ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ସାଂସଦଙ୍କ ସମର୍ଥକମାନେ ତୀବ୍ର ସମାଲୋଚନା କରିଥିଲେ। ତାଙ୍କୁ ବିଦେଶୀ ବୋଲି କହିବା ସହିତ ଆସନ୍ତା ନିର୍ବାଚନରେ ତାଙ୍କୁ ଆଉ ଟିକେଟ୍ ନ ଦେବା ଲାଗି ଦାବି କରିଥିଲେ।

ବିଧାୟକ ଆୟୁବ ଖାଁ ଜିଲ୍ଲାରେ ଦଳର ସାଂଗଠନିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପ୍ରତି ମାସରେ ଦଳର ଏକ୍‌ଜିକ୍ୟୁଟିଭ୍ ବଡି ମିଠିଂ ହେବାର ନିୟମ ରହିଛି। କିନ୍ତୁ ତାହା ହେଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଧାୟକଙ୍କ ସହମତିରେ ସାଂସଦ ପାଣ୍ଠିରୁ ଅର୍ଥ ବଣ୍ଟନ କରାଯାଉନାହିଁ। ଏପିରିକି ସାଂସଦଙ୍କର କୌଣସି କାର୍ଯ୍ୟକ୍ରମକୁ ବିଧାୟକମାନଙ୍କୁ ଡକା ଯାଉନାହିଁ।

ଅନ୍ୟପକ୍ଷରେ ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ ଏହା ଦଳୀୟ କଥା। ଏହାର ସମାଧାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story