ବସ୍‌କୁ ସାଇଡ୍ ଦେଲେନି, ବସ୍ ଭିତରେ ପଶି ମହିଳାଙ୍କୁ ଅସଦାଚରଣ କଲେ ମାତାଲ ବରଯାତ୍ରୀ

ସୋର(ଶଶିକାନ୍ତ ବେହେରା): ରୋଷଣୀ ବେଳେ ବସ୍‌କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୁଡ ଛକରେ। ଗତକାଲି ରାତିରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ।  ସେହି ସମୟରେ ଚତୁର୍ଥୀ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ। ରାସ୍ତାଦେବା ପାଇଁ ବରଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ବସ୍‌କୁ ଛାଡି ନଥିଲେ। ଏହାକୁ ନେଇ ବରଯାତ୍ରୀଦଳ ଓ ବସ୍‌ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।  ଏହି ସମୟରେ ୪/୫ଜଣ ମାତାଲ ବରଯାତ୍ରୀ ବସ୍‌ ଭିତରେ ପଶି ମହିଳାମାନଙ୍କୁ ଅସଦାଚରଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ଆହତମାନଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Previous ArticleNext Article

Send this to a friend