ଆଗ୍ରେସିଭ୍‌ ମୁଡ୍‌ରେ କଂଗ୍ରେସ
ପିସିସିରେ ଅମୂଳ ଚୂଳ ପରିବର୍ତ୍ତନ ହେବ। ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ ପଦାଧିକାରୀଙ୍କ ପରିବର୍ତ୍ତନ ହେବା ପରି ବଦଳିବ ୩୩ଟି ସାଂଗଠନିକ ଜିଲାର ରୂପରେଖ। ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ନ୍ୟାୟରେ କଟକ ଜିଲା ସଭାପତି ପ୍ରକାଶ ବେହେରା ପଦ ଛାଡ଼ି ସାରିଛନ୍ତି। ସେ ଦୃଷ୍ଟିରୁ ବିଧାୟକ ନବକିଶୋର ଦାସ, ଜାକବ ପ୍ରଧାନ ଓ ଦେବେନ୍ଦ୍ର ଶର୍ମାଙ୍କୁ  ଜିଲ୍ଲା ସଭାପତି ପଦ ଛାଡିବାକୁ ପଡିବ। ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ  ମଧ୍ୟ ପରିବର୍ତ୍ତନ କରାଯିବ। ତେବେ ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ ସୁରେଶ କୁମାର ରାଉତରାୟ, କଟକ ସିଟିର ମହମ୍ମଦ ମୁକ୍କିମ, କୋରାପୁଟର ମୀନାକ୍ଷି ବାହିନୀପତି ଓ ଢେଙ୍କାନାଳର ନବୀନ ଚନ୍ଦ୍ର ନାରାୟଣ ଦାସଙ୍କୁ ପରିବର୍ତ୍ତନ କରାଯାଇ ନପାରେ। କାରଣ ଯେଉଁମାନେ ନିର୍ବାଚନରେ ଲଢ଼ିବାର ସମ୍ଭାବନା ନାହିଁ, ସେମାନଙ୍କୁ ହିଁ ଜିଲା ସଭାପତି ଦାୟିତ୍ୱ ଦିଆଯିବ ବୋଲି ପୂର୍ବରୁ ନିରଞ୍ଜନ କହି ସାରିଛନ୍ତି। ସେପଟେ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଯୁବନେତା ମାନସ ଚୌଧୁରୀ ଓ ପୁରୀ ଜିଲା ସଭାପତି ଭାବେ ସତ୍ୟବ୍ରତ ପାତ୍ରଙ୍କୁ ଦାୟିତ୍ୱ ମିଳିପାରେ।
ସୂଚନାଯୋଗ୍ୟ, ନିରଞ୍ଜନ ରାଜ୍ୟ ମୁଖିଆ ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ୱ ପ୍ରଥମ ଥର ପାଇଁ ନୂଆ ଟିମ୍ ରାହୁଲଙ୍କୁ ସାକ୍ଷାତ କରିବ। ରାଜ୍ୟର ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ଲାଗି ଗଲା ଦେଢମାସ ହେଲା କି କି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଟିମ୍ ସେ ନେଇ ରାହୁଲଙ୍କୁ ଅବଗତ କରିବ। ଏଥିସହିତ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ନେତା କିଭଳି କାମ କରିବେ ସେନେଇ ରାହୁଲ ପରାମର୍ଶ ଦେବେ ବୋଲି ମଧ୍ୟ ସୂଚନା ମିଳିଛି।
ରାଜ୍ୟରେ ସାଂଗଠନିକ ନବକଳେବର ପରି ରାଜ୍ୟ କଂଗ୍ରେସ ମୁଖ୍ୟାଳୟର ବି ନବୀକରଣ ଚାଲିଛି। କଂଗ୍ରେସ ଭବନକୁ ନୂଆ ଲୁକ୍ ଦେବା ପାଇଁ ଅନେକ ପରିବର୍ତ୍ତନ କରାଯାଉଛି। ତେବେ ଏ ନୂଆ ଉତ୍ସାହ ୨୦୧୯ରେ ଦଳକୁ କେତେ ସଫଳତା ଆଣି ଦେଉଛି ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି।
Ordigital Desk
• Published: Friday, 08 June 2018
• Updated: 08 June 2018, 09:31 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos