୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ରୋଡ଼ ମ୍ୟାପ୍

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି। ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲା କର୍ମକର୍ତ୍ତାଙ୍କୁ ନେଇ ଭୁବନେଶ୍ୱରରେ ଦଳର ଏକ ବୈଠକ ହୋଇଯାଇଛି। ପ୍ରତି ଜିଲ୍ଲା ପରିଷଦ ଜୋନ୍‌କୁ ବ୍ଲକ ବିବେଚନା କରିବାକୁ ଏଥିରେ ସ୍ଥିର କରାଯାଇଛି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।

ଏଥିସହ ପ୍ରତି ଜିଲ୍ଲା ପରିଷଦ ଜୋନରେ ସଭାପତି ନିଯୁକ୍ତ କରାଯିବ। ଜୁନ୍ ଶେଷ ସୁଦ୍ଧା ଜିଲ୍ଲା ପରିଷଦ ଜୋନ୍ ସଭାପତି ନିଯୁକ୍ତି ସରିବ। ଜୁଲାଇ ୧୦ ସୁଦ୍ଧା ବୁଥ୍ କମିଟି ଗଠନ ପ୍ରକ୍ରିୟା ଶେଷ ହେବ ବୋଲି ପ୍ରଦୀପ କହିଛନ୍ତି। ୩ରୁ ୪ଟି ଜିଲ୍ଲାରେ ଅସନ୍ତୋଷ ଥିବା ସ୍ୱୀକାର କରିଛନ୍ତି ପ୍ରଦୀପ।

ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “୧୫ ଦିନ ମଧ୍ୟରେ ପ୍ରୋଗ୍ରେସ ରିପୋର୍ଟ ଦେବେ ଜିଲ୍ଲା କମିଟି। ଆସନ୍ତାକାଲି ବାକି ୨୨ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ସମାନ ପ୍ରସଙ୍ଗରେ ଆଲୋଚନା କରାଯିବ।”

Previous ArticleNext Article

Leave a Reply

Send this to a friend