ମହାଗଠବନ୍ଧନ ଲକ୍ଷ୍ୟରେ କଂଗ୍ରେସ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):୧୯’ ନିର୍ବାଚନ ପାଇଁ ଆଗୁଆ ରଣକୌଶଳ ପ୍ରସ୍ତୁତିରେ କଂଗ୍ରେସ। ପୁଣି କ୍ଷମତାକୁ ଫେରିବାକୁ  ପାଗ ଭିଡ଼ୁଛି ଦଳ। ଟାର୍ଗେଟ୍ ୩ଶହ ଲୋକସଭା ଆସନ। ଗତକାଲି ରାହୁଲଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବର୍ଦ୍ଧିତ ସିଡବ୍ଲ୍ୟୁସି ରେ ଏନେଇ ପ୍ରସ୍ତୁତ ହୋଇଛି ରଣନୀତି ।  ଫୋକସ୍‌ରେ ରହିବ ଛୋଟ ଛୋଟ ଓ ଆଞ୍ଚଳିକ ଦଳଙ୍କ ସହ ଆସନ ବୁଝାମଣା। ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନିଶ୍ଚିତ ସେସବୁ ଆସନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଆସନରେ କଂଗ୍ରେସ  ଆସନ […]

cong-1

cong-1

Rakesh Mallick
  • Published: Monday, 23 July 2018
  • Updated: 23 July 2018, 08:56 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):୧୯’ ନିର୍ବାଚନ ପାଇଁ ଆଗୁଆ ରଣକୌଶଳ ପ୍ରସ୍ତୁତିରେ କଂଗ୍ରେସ। ପୁଣି କ୍ଷମତାକୁ ଫେରିବାକୁ  ପାଗ ଭିଡ଼ୁଛି ଦଳ। ଟାର୍ଗେଟ୍ ୩ଶହ ଲୋକସଭା ଆସନ। ଗତକାଲି ରାହୁଲଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବର୍ଦ୍ଧିତ ସିଡବ୍ଲ୍ୟୁସି ରେ ଏନେଇ ପ୍ରସ୍ତୁତ ହୋଇଛି ରଣନୀତି ।  ଫୋକସ୍‌ରେ ରହିବ ଛୋଟ ଛୋଟ ଓ ଆଞ୍ଚଳିକ ଦଳଙ୍କ ସହ ଆସନ ବୁଝାମଣା। ଯେଉଁଠି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନିଶ୍ଚିତ ସେସବୁ ଆସନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଆସନରେ କଂଗ୍ରେସ  ଆସନ ବୁଝାମଣା କରିବାକୁ ଯୋଜନା କରିଛି। ତେବେ ନିଜ ଦମ୍ ଉପରେ ଭରସା ନ ଥିବାରୁ ମହାଗଠବନ୍ଧନ କରି ପୁଣି ଦିଲ୍ଲୀରେ କ୍ଷମତା ହାତେଇବା ଚକ୍କରରେ ରହିଛି । ତେଣୁ ବିଜେପିକୁ ବିରୋଧ କରୁଥିବା କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କୁ ନିଜ ପକ୍ଷକୁ ନେବା ପାଇଁ ଦଳ ଉଦ୍ୟମ ଆରମ୍ଭ କରିଛି । ଏହାଦ୍ୱାରା ଭୋଟ୍‌ ବିଭାଜନକୁ ରୋକାଯିବା ସହ ବିଜେପିକୁ ଟକ୍କର ଦେବା ସହଜ ହେବ ବୋଲି କଂଗ୍ରେସ ଅନୁଭବ କରୁଛି। ୩ଶହ ଲୋକସଭା ଆସନରେ ମେଣ୍ଟ ଗଠନ ଲାଗି କଂଗ୍ରେସ ଯୋଜନା ପ୍ରସ୍ତୁତ କରିଛି । ଏଥିରେ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କନ୍ଧମାଳ, ଜଗତ୍‌ସିଂହପୁର, ପୁରୀ ଭଳି ୧୦ଟି ସିଟ୍ ରହିଛି।

ଓଡ଼ିଶା ପାଇଁ ଦଳର ଷ୍ଟ୍ରାଟେଜି ହେଉଛି ଯେଉଁଠି ବିଜେଡି ସହ କଡ଼ା ଟକ୍କର ହୋଇଥିଲା ସେଇ ଆସନକୁ ଟାର୍ଗେଟ କରିବ କଂଗ୍ରେସ। କାରଣ ରାଜ୍ୟରେ ବିଜେପିର ସ୍ଥିତି ସେତେ ଭଲ ବୋଲି କଂଗ୍ରେସ ଅନୁଭବ କରୁନାହିଁ। ତେଣୁ ଗତ ନିର୍ବାଚନରେ ଦଳ ୨ ନମ୍ବରରେ ଥିବା ଆସନରେ ଛୋଟ ଛୋଟ ପାର୍ଟି ଗୁଡ଼ିକୁ କଂଗ୍ରେସ୍ ନିଜ ଆଡ଼କୁ ନେବା ପାଇଁ ଉଦ୍ୟମ କରୁଛି। ସେଥିଲାଗି ବାମଦଳ ଓ ଜେଏମ୍ଏମ୍ ସହ ଆସନ ବୁଝାମଣା ଲାଗି କଂଗ୍ରେସ କଥାବାର୍ତ୍ତା ଆରମ୍ଭ କରିଦେଇଛି ।

ତେବେ କଂଗ୍ରେସର ଏଭଳି ରଣନୀତି ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ ବିଜେପି। ସେପଟେ ବିଜେପିକୁ କ୍ଷମତାଚ୍ୟୁତ କରିବା ଲାଗି କଂଗ୍ରେସ ମହାମେଣ୍ଟର ପରିକଳ୍ପନା କରିଛି । ତେବେ କ୍ଷୁଦ୍ର ଓ ଆଞ୍ଚଳିକ ଦଳଙ୍କ ଉଚ୍ଚାକାଂକ୍ଷା ଓ ନୀତି ଆଦର୍ଶ ସହ ସାଲିସ୍ କରିବାରେ ଦଳ କେତେ ସଫଳ ହେଉଛି ତାହା ଉପରେ ହିଁ ମେଣ୍ଟର ଭାଗ୍ୟ ନିର୍ଭର କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos