ମୋଦିଙ୍କ ପୋଷ୍ଟର ଚିରିଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ପୋଷ୍ଟର ହଟାଓ ଅଭିଯାନ।  ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଂଗ୍ରେସ ଭବନରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ଭୁବନେଶ୍ୱରର ଡେଲଟା ଛକ ପେଟ୍ରୋଲ ପମ୍ପରେ ପହଞ୍ଚି ଥିଲେ। ସେଠାରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରିଥିଲେ।

ଏହି ଘଟଣାରେ ଯୁବ କଂଗ୍ରେସର କିଛି କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଆଗାମୀ ଦିନରେ ତୈଳ ଦର ହ୍ରାସ ନପାଇଲେ ଏହି ପୋଷ୍ଟର ଚିରା ଅଭିଯାନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend