ନଡ଼ିଆ ଗଛ ରୋପଣ ନାଁରେ ୮୭ ଲକ୍ଷ ଟଙ୍କାର ଘୋଟାଲା

ଆଳି(ବନମାଳି ସାହୁ): ନଡ଼ିଆ ଗଛ ରୋପଣ ନାଁରେ ହୋଇଛି ଘୋଟାଲା। ୮୭ ଲକ୍ଷ ଟଙ୍କା ହୋଇଛି ବାଟମାରଣା। ଏଭଳି ଦୁର୍ନୀତିର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରୁ।

ରାଜକନିକା ବ୍ଲକର ଓଳାଭର କଲେଜ ପଡିଆ ଚତୁଃପାର୍ଶ୍ୱ, ଜାଗୁଳାଇପଡା ହନୁମାନ ମନ୍ଦିରରୁ ଗାଁ ପର୍ଯ୍ୟନ୍ତ, ତଇଳା ବାଲି ଚତୁଃପାର୍ଶ୍ୱ, ଓସ୍ତିଆ ଛକରୁ ଗୁଆଳି ଗାଁ ଘାଟ, ମା’ ଖରାଖାଇ ପଡିଆ ପାର୍ଶ୍ୱ ଏବଂ ତରାସରୁ ଦେଉଳି ଯାଏଁ ଏମିତି ପୂରା ୬ଟି ଜାଗାରେ ୨ ହଜାର ନଡ଼ିଆ ଗଛ ଚାରା ରୋପଣ କରିବା ପାଇଁ ୨୦୧୫ ମସିହାରେ ୮୭ ଲକ୍ଷ ଟଙ୍କା ଆସିଥିଲା।  ହେଲେ ବାସ୍ତବ ସ୍ଥିତି ପୂରା ଅଲଗା। କେଉଁଠି ନଡିଆ ଚାରା ଶୁଖିଗଲାଣି ତ ଆଉ କେଉଁଠି ଗାଈ ଛେଳି ଖାଇବାରେ ବ୍ୟସ୍ତ। ଆଉ କେଉଁଠି ଚାରାର ଚିହ୍ନ ବର୍ଣ୍ଣ ନାହିଁ। ଖାଲି ସେତିକି ନୁହେଁ ଚାରା ରୋପଣ କରିଥିବା ଶ୍ରମିକ ମଧ୍ୟ ପାଇ ନାହାନ୍ତି ପାଉଣା।  ଯାହାକୁ ନେଇ ଏକ ବଡ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକେ। ଏହାର ତଦନ୍ତ କରି ଟଙ୍କା କୁଆଡେ ଗଲା ତାର ପର୍ଦ୍ଦାଫାସ କରିବା ସହ ଗଛର ରକ୍ଷଣାବେକ୍ଷଣ ନେଇ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହି ଦୁର୍ନୀତି ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲାପାଳ ରେଘୁ ଜି। ଏହାସହିତ ଏକ କମିଟି କରି ଗଛ ଗୁଡିକର ରକ୍ଷଣାବେକ୍ଷଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Ordigital Desk
• Published: Sunday, 29 April 2018
• Updated: 29 April 2018, 08:38 AM IST

Sports

Latest News

ଆଳି(ବନମାଳି ସାହୁ): ନଡ଼ିଆ ଗଛ ରୋପଣ ନାଁରେ ହୋଇଛି ଘୋଟାଲା। ୮୭ ଲକ୍ଷ ଟଙ୍କା ହୋଇଛି ବାଟମାରଣା। ଏଭଳି ଦୁର୍ନୀତିର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରୁ।

ରାଜକନିକା ବ୍ଲକର ଓଳାଭର କଲେଜ ପଡିଆ ଚତୁଃପାର୍ଶ୍ୱ, ଜାଗୁଳାଇପଡା ହନୁମାନ ମନ୍ଦିରରୁ ଗାଁ ପର୍ଯ୍ୟନ୍ତ, ତଇଳା ବାଲି ଚତୁଃପାର୍ଶ୍ୱ, ଓସ୍ତିଆ ଛକରୁ ଗୁଆଳି ଗାଁ ଘାଟ, ମା’ ଖରାଖାଇ ପଡିଆ ପାର୍ଶ୍ୱ ଏବଂ ତରାସରୁ ଦେଉଳି ଯାଏଁ ଏମିତି ପୂରା ୬ଟି ଜାଗାରେ ୨ ହଜାର ନଡ଼ିଆ ଗଛ ଚାରା ରୋପଣ କରିବା ପାଇଁ ୨୦୧୫ ମସିହାରେ ୮୭ ଲକ୍ଷ ଟଙ୍କା ଆସିଥିଲା।  ହେଲେ ବାସ୍ତବ ସ୍ଥିତି ପୂରା ଅଲଗା। କେଉଁଠି ନଡିଆ ଚାରା ଶୁଖିଗଲାଣି ତ ଆଉ କେଉଁଠି ଗାଈ ଛେଳି ଖାଇବାରେ ବ୍ୟସ୍ତ। ଆଉ କେଉଁଠି ଚାରାର ଚିହ୍ନ ବର୍ଣ୍ଣ ନାହିଁ। ଖାଲି ସେତିକି ନୁହେଁ ଚାରା ରୋପଣ କରିଥିବା ଶ୍ରମିକ ମଧ୍ୟ ପାଇ ନାହାନ୍ତି ପାଉଣା।  ଯାହାକୁ ନେଇ ଏକ ବଡ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକେ। ଏହାର ତଦନ୍ତ କରି ଟଙ୍କା କୁଆଡେ ଗଲା ତାର ପର୍ଦ୍ଦାଫାସ କରିବା ସହ ଗଛର ରକ୍ଷଣାବେକ୍ଷଣ ନେଇ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହି ଦୁର୍ନୀତି ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲାପାଳ ରେଘୁ ଜି। ଏହାସହିତ ଏକ କମିଟି କରି ଗଛ ଗୁଡିକର ରକ୍ଷଣାବେକ୍ଷଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos