ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

nuapada

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା କଣ୍ଟାପାଲ୍ଲୀ ଗାଁରେ ଏକ ଦମ୍ପତିଙ୍କୁ କେହି ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଦମ୍ପତି ହେଲେ ଅଦାରାମ ଶବର ଏବଂ ବିମଳ ଶବର।

ଗତକାଲି ରାତିରେ ଦମ୍ପତି ଘରେ ଶୋଇଥିବା ବେଳେ ଆକ୍ରମଣକାରୀ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି। କିଏ, କାହିଁକି ଏହି ଆକ୍ରମଣ କରିଛି ସେ ନେଇ କିଛି ଜଣାପଡ଼ିନି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend