କାନ୍ଥ ଭୁଶୁଡ଼ି ଦମ୍ପତି ମୃତ 

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ସାରା ରାଜ୍ୟରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳ ପାଣି ଘେରରେ ବୁଡ଼ି ରହିଛି। ତେବେ ରାୟଗଡ଼ା ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। କଲ୍ୟାଣସିଂହପୁର ବ୍ଲକ୍‌ କରପା ପଞ୍ଚାୟତ ସୁଲିପଦର ଗାଁରେ ମାଟି କାନ୍ଥ ଭୁଶୁଡ଼ି ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଯଶମନ୍ତୀ ଲାୟା ଓ ମାଧବ ଲାୟା। ଆଜି ସକାଳେ ସେମାନେ ଦାନ୍ତ ଘଷୁଥିବା ବେଳେ ହଠାତ୍ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା ଓ […]

dead 1

dead 1

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 11:22 AM IST

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ସାରା ରାଜ୍ୟରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳ ପାଣି ଘେରରେ ବୁଡ଼ି ରହିଛି। ତେବେ ରାୟଗଡ଼ା ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। କଲ୍ୟାଣସିଂହପୁର ବ୍ଲକ୍‌ କରପା ପଞ୍ଚାୟତ ସୁଲିପଦର ଗାଁରେ ମାଟି କାନ୍ଥ ଭୁଶୁଡ଼ି ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଯଶମନ୍ତୀ ଲାୟା ଓ ମାଧବ ଲାୟା।

ଆଜି ସକାଳେ ସେମାନେ ଦାନ୍ତ ଘଷୁଥିବା ବେଳେ ହଠାତ୍ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା ଓ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୃ ଘଟିଥିଲା। ତେବେ ନିକଟରେ ଥିବା ସେମାନଙ୍କର ୮ ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛି।

ଗତକାଲିଠାରୁ ଏହି ବ୍ଳକ୍‌ରେ ପ୍ରବଳ ବର୍ଷା ହେଉଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos