ଏକାଠି ବଞ୍ଚିପାରିବେନି ବୋଲି ଜାଣିଗଲେ, ଆଉ ଶେଷରେ...

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): କିଶୋର ବୟସରେ ମନ ମାନେନା ବନ୍ଧବାଡ଼। କିଛି କରିପକାଇବାର ଉଦ୍ଧାମତା ମନକୁ ଅନ୍ଦୋଳିତ କରିପକାଏ। ଲାଗେ ଯେମିତି ଏଇ ବୟସରେ ସବୁ କିଛି କରିବାର କ୍ଷମତା ଆସିଯାଇଛି। ଅବସ୍ୟ ଏମିତି ଭାବନା ଆସିବାଟା କିଛି ବଡ଼କଥା ନୁହେଁ। ଆମେ ସମସ୍ତେ ସେଇ ବୟସ ଦେଇ ଉପନୀତ ହେଇସାରିଛେ। ତେଣୁ ଏ କଥା ଆପଣବି ଭଲରେ ଅଙ୍ଗେ ନିଭେଇଥିବେ। ହେଲେ ଥରେ ଭାବିଲେ ଏ ଖସଡ଼ା ବୟସରେ ଯଦି ଗୋଡ ଖସିଯାଏ? ତା’ ହେଲେ…। ଆଜ୍ଞା […]

dp

dp

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 05:14 PM IST

Sports

Latest News

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): କିଶୋର ବୟସରେ ମନ ମାନେନା ବନ୍ଧବାଡ଼। କିଛି କରିପକାଇବାର ଉଦ୍ଧାମତା ମନକୁ ଅନ୍ଦୋଳିତ କରିପକାଏ। ଲାଗେ ଯେମିତି ଏଇ ବୟସରେ ସବୁ କିଛି କରିବାର କ୍ଷମତା ଆସିଯାଇଛି। ଅବସ୍ୟ ଏମିତି ଭାବନା ଆସିବାଟା କିଛି ବଡ଼କଥା ନୁହେଁ। ଆମେ ସମସ୍ତେ ସେଇ ବୟସ ଦେଇ ଉପନୀତ ହେଇସାରିଛେ। ତେଣୁ ଏ କଥା ଆପଣବି ଭଲରେ ଅଙ୍ଗେ ନିଭେଇଥିବେ। ହେଲେ ଥରେ ଭାବିଲେ ଏ ଖସଡ଼ା ବୟସରେ ଯଦି ଗୋଡ ଖସିଯାଏ? ତା’ ହେଲେ...। ଆଜ୍ଞା ହଁ, ଏହି ବୟସରେ ସବୁ କରିବାର ଉଦ୍ଧାମତା ସିନା ଆସିଯାଏ କିନ୍ତୁ ସମୁଚୀତ ଜ୍ଞାନ ଆସି ନ ଥିବାରୁ ଅନେକ ଭୁଲ ଭଟକା ହୋଇଯାଏ।

ଯେମିତି ଭୁଲଟିଏ କରିଥିଲେ ନବରଙ୍ଗପୁର ଝରିଗାଁର ମିଟୁ ଆଉ ମୀନତି(ଛଦ୍ମନାମ)। ଦୁହେଁ ଦୁହିଁଙ୍କୁ ବେସ୍‌ ଭଲ ପାଉଥିଲେ। ବିବାହ କରିବାର ବୟସ ହୋଇ ନ ଥିଲେ ବି ଏକାଠି ଏକାମନ ହୋଇ ଜୀବନ ଜିଇଁବାକୁ ଶପଥ ନେଇଥିଲେ। କିନ୍ତୁ ଛୋଟିଆ ଝଡରେ ତାଙ୍କ ଆଶା ଭାଙ୍ଗିଗଲା। ତୁଟିଗଲା ମୋହ। ଭବିଷ୍ୟତରେ ଏକାଠି ହେବାର ଆଶା ବି ମଉଳି ଯାଇଥିଲା। ଆଉ ସେଇଥିପାଇଁ ଦିହେଁ ନିଷ୍ପତ୍ତି ନେଲେ “ଯଦି ଏକାଠି ବଞ୍ଚିବାନି ତା ହେଲେ ଏକାଠି ମରିଯିବା ଭଲ। ଆଉ ଶେଷରେ ଗାଁ ମୂଳ ସେଈ ଆମ୍ବଗଛର ଗୋଟିଏ ଡାଳରେ ଝୁଲିଗଲେ ଏ ଦୁଇ ପ୍ରେମ ପକ୍ଷୀ। ଆଉ ସବୁ ସରିଗଲା।

ଆପଣ ଭାବୁଥିବେ ଏମିତି କ’ଣ ହେଲେ ଯେ, ଦୁହିଁଙ୍କୁ ଆତ୍ମହତ୍ୟା କରିବାକୁ ପଡିଲା? ଅବଶ୍ୟ ଆପଣଙ୍କ ପ୍ରଶ୍ନଟା ସ୍ୱଭାବିକ୍‌। ତା ହେଲେ ପଢନ୍ତୁ କ’ଣ ଥିଲା ପୁରା ଘଟଣା । ଯେଉଁଥିପାଇଁ ଘଟିଗଲା ଏମିତି କାଣ୍ଡ  ।

ଘରି ଝରିଗାଁ ମହାବିଦ୍ୟାଳୟରେ +୨ର ପ୍ରଥମ ବର୍ଷରେ ପଢ଼ନ୍ତି ମିଟୁ। ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ମୀନତିଙ୍କୁ ମନ ଦେଇ ବସିଥିଲେ। ଏପରି ସମ୍ପର୍କକୁ ଉଭୟଙ୍କ ପରିବାର ଲୋକେ ଗ୍ରହଣ କରିପାରିନଥିଲେ। ଶେଷରେ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇ ଯାଇଥିଲେ। ଏନେଇ ମୀନତିଙ୍କ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ମିଟୁକୁ ଉଦ୍ଧାର କରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦେଇଥିଲା। ବାଳ ସୁଧାର ଗୃହରୁ ମୁକୁଳିବା ପରେ ସେ ଜଣକ ପୁଣି ଥରେ ପ୍ରେମିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ଶେଷରେ ଚରମ ନିଷ୍ପତ୍ତି ନେଇ ପ୍ରେମୀ ଯୁଗଳ। ଆଜି ସକାଳେ ଉଭୟ ଗାଁ ମୁଣ୍ଡ କାଜୁ ଜଙ୍ଗଲରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos