ଗ୍ରାହକ ସାଜି ଯାଇଥିଲେ, ବାନ୍ଧିକି ଆଣିଲେ

<p>ଭୁବନେଶ୍ୱର (ଆଲୋକ ମହାନ୍ତି): ଗ୍ରାହକ ସାଜି ଯାଇଥିଲେ। ରେଟ୍&zwnj; ଛିଡାଇବା ପାଇଁ ବାର୍ଗେନିଂ ଚାଲିଲା। ଶେଷରେ ଦର ଛିଡ଼ିଲା। ଆଉ ତା&rsquo;ପରେ ବନ୍ଧା ହେଲେ ଦୁଇ ବାଘ ଛାଲ ବେପାରୀ। ସମ୍ୱଲପୁର ଅଞ୍ଚଳରୁ ଏପରି ଅଭିନବ ଉପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟରୋ ଅଧିକାରୀମାନେ ବାଘ ଛାଲ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।</p> <p>ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ ବାଘ ଛାଲ ଚୋରା ବେପାର ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟରୋର ଅଧିକାରୀମାନେ ଛଦ୍ମ ବେଶରେ ଗ୍ରାହକ ସାଜି ସେମାନଙ୍କୁ ଡାକି ଥିଲେ। ପ୍ରଥମେ ବାଘ ଛାଲ ସମ୍ପର୍କରେ କଥା ହୋଇଥିଲେ। ତା&rsquo;ପରେ କିଣିବା ପାଇଁ ମୂଲଚାଲ୍&zwnj; କରିଥିଲେ। ଶେଷରେ ରେଟ୍&zwnj; ଛିଡ଼ି ଥିଲା। କଲରାପତରିଆ ବାଘ ଛାଲ ଦେଖାଇଲା ବେଳେ ସେମାନଙ୍କୁ ମାଡ଼ି ବସିଥିଲେ ଅଧିକାରୀମାନେ। ସେମାନେ ହେଲେ କାଞ୍ଚନପୁର ଗାଁର ଅକେଇ ସାହୁ ଓ କୁମ୍ଭାରପଡ଼ା ଗାଁର ବିଶାଲ ସାହା। ଏହି ରାକେଟ୍&zwnj;ରେ ଏମାନଙ୍କ ଛଡ଼ା ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି। ଖୁବ୍&zwnj;ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।</p>

Ordigital Desk
  • Published: Wednesday, 23 May 2018
  • Updated: 23 May 2018, 07:36 PM IST

Sports

Latest News

<p>ଭୁବନେଶ୍ୱର (ଆଲୋକ ମହାନ୍ତି): ଗ୍ରାହକ ସାଜି ଯାଇଥିଲେ। ରେଟ୍&zwnj; ଛିଡାଇବା ପାଇଁ ବାର୍ଗେନିଂ ଚାଲିଲା। ଶେଷରେ ଦର ଛିଡ଼ିଲା। ଆଉ ତା&rsquo;ପରେ ବନ୍ଧା ହେଲେ ଦୁଇ ବାଘ ଛାଲ ବେପାରୀ। ସମ୍ୱଲପୁର ଅଞ୍ଚଳରୁ ଏପରି ଅଭିନବ ଉପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟରୋ ଅଧିକାରୀମାନେ ବାଘ ଛାଲ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।</p><p>ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ ବାଘ ଛାଲ ଚୋରା ବେପାର ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଓ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟରୋର ଅଧିକାରୀମାନେ ଛଦ୍ମ ବେଶରେ ଗ୍ରାହକ ସାଜି ସେମାନଙ୍କୁ ଡାକି ଥିଲେ। ପ୍ରଥମେ ବାଘ ଛାଲ ସମ୍ପର୍କରେ କଥା ହୋଇଥିଲେ। ତା&rsquo;ପରେ କିଣିବା ପାଇଁ ମୂଲଚାଲ୍&zwnj; କରିଥିଲେ। ଶେଷରେ ରେଟ୍&zwnj; ଛିଡ଼ି ଥିଲା। କଲରାପତରିଆ ବାଘ ଛାଲ ଦେଖାଇଲା ବେଳେ ସେମାନଙ୍କୁ ମାଡ଼ି ବସିଥିଲେ ଅଧିକାରୀମାନେ। ସେମାନେ ହେଲେ କାଞ୍ଚନପୁର ଗାଁର ଅକେଇ ସାହୁ ଓ କୁମ୍ଭାରପଡ଼ା ଗାଁର ବିଶାଲ ସାହା। ଏହି ରାକେଟ୍&zwnj;ରେ ଏମାନଙ୍କ ଛଡ଼ା ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି। ଖୁବ୍&zwnj;ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos