ଏନକାଉଣ୍ଟରେ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ

mm

ପାରାଦୀପ: ପାରାଦୀପର ପ୍ଲାଷ୍ଟିକ ପାର୍କ ନିକଟରେ ପୋଲିସ୍  ଏନକାଉଣ୍ଟରରେ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁ ଆହତ ହୋଇଛି।  ତା’ ଗୋଡ଼ରେ ଗୁଳି ବାଜିଛି।  ସୂର୍ଯ୍ୟକାନ୍ତକୁ  ପ୍ରଥମେ  ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟବ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଘଟଣାସ୍ଥଳରୁ ସୂର୍ଯ୍ୟକାନ୍ତଙ୍କ ୨ ସହଯୋଗୀ ଫେରାର ହୋଇ ଯାଇଛନ୍ତି। ସୂର୍ଯ୍ୟକାନ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି।

ଗତକାଲି ବିଳମ୍ବିତ ରାତିରେ ଲକ୍ ଥାନା ପୋଲିସ ରୋଡ୍ ବ୍ଲକ କରି ଯାଞ୍ଚ କରୁଥିଲା। ଯାଞ୍ଚ ବେଳେ ସୂର୍ଯ୍ୟକାନ୍ତ ସହ ପୋଲିସର ମୁହାଁମୁହିଁ ହୋଇଥିଲା। ପୋଲିସ ଉପରକୁ ବୋମା ପକାଇ  ଖସି ଯିବାକୁ ଚେଷ୍ଟା କରିଥିଲା ସୂର୍ଯ୍ୟକାନ୍ତ।  କିନ୍ତୁ ପୋଲିସ୍‌  ତା’ ଉପରକୁ ପାଲଟା ଆକ୍ରମଣ କରିଥିଲା।

Previous ArticleNext Article

Send this to a friend