ଗାଧାଉଥିବା ବେଳେ ଟାଣିନେଲା କୁମ୍ଭୀର, ନିଖୋଜଙ୍କ ପତ୍ତା ପାଉନି ଅଗ୍ନିଶମ ବିଭାଗ
ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଧାଇଁ ଆସ, ଧାଁଇ ଆସ। କୁମ୍ଭୀର ନେଇଗଲା...। କିଏ କୋଉଠି ଅଛରେ ଶିଘ୍ର ଆସ।” ଏମିତି ହୋ ହାଲ୍ଲା ଶୁଣିବାକୁ ମିଳିଥିଲା ଆଜି ସକାଳୁ ସକାଳୁ। ହଂସୁଆ ନଈ ପଠାରୁ ଏମିତି ଶବ୍ଦ ଶୁଣି ଏକାଠି ହୋଇଥିଲେ ଗାଁ ଯାକର ଲୋକେ। ଆଉ ତାଙ୍କ ଭିତରେ ଥିଲେ ଜଣେ ମହିଳା । ଛାତି ବାଡେଇ କାନ୍ଦୁଥିଲେ।
ପୁଅ ତାଙ୍କର ନଈକୁ ଗାଧୋଇ ଆସିଥିଲା। ହେଲେ ଫେରିଲାନି। ସେଥିପିଲା କହୁଛନ୍ତି ତାଙ୍କ ପୁଅକୁ କୁଆଡେ ନଈ ଭିତରକୁ ଟାଣି ନେଇଛି କୁମ୍ଭୀର। ଅଉ ସେ ଫେରିବ କି ନାହିଁ କିଏ ଜାଣେ। ତଥାପି ଛାତି ଫଟେଇ କାନ୍ଦୁଥାନ୍ତି ମହିଳା ଜଣକ। କହୁଥାନ୍ତି ପୁଅକୁ ନ ନେଇ ଘରକୁ ଫେରିବନି। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବକୁ ମିଳିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାର ବ୍ଲକ ଡିଆପାରିରେ।
ସକାଳ ପ୍ରାୟ ୧୦ଟା ବେଳେ ଗାଁର ବିଚିତ୍ର ସେଠୀଙ୍କ ୧୪ବର୍ଷର ପୁଅ ଶ୍ରୀକାନ୍ତ ହଂସୁଆ ନଦୀକୁ ଗାଧୋଇ ଆସିଥିଲା। ପ୍ରଚଣ୍ଡ ଗରମ ହେଉଥିବାରୁ ଗାଧାଉ ଗାଧାଉ ନଈ ଭିତରକୁ ପଶିବାକୁ ଲାଗିଲେ। ଅନ୍ୟ ସାଥିମାନେ ନଈ କୂଳରେ ଗାଧାଉଥିବା ବେଳେ ଶ୍ରୀକାନ୍ତ ପଶି ଯାଇଥିଲେ ମଝିକୁ। ଆଉ ଏତିକି ବେଳେ ମଣିଷଖିଆ କୁମ୍ଭୀରକୁ ସୁଯୋଗ ମିଳିଗଲା। ସେ ଝପଟି ପଡିଲା ଶ୍ରୀକାନ୍ତଙ୍କ ଉପରକୁ। ହାତ ଉଠାଇ ଚିତ୍କାର କରୁଥିଲେ ବି ତାଙ୍କୁ ଉଦ୍ଧାର କରିବାକୁ କାହାର ଜୁ ନ ଥିଲା। ସାଥିପିଲାମାନଙ୍କ ଆଗରେ ଏମିତି ଘଟଣା ଘଟୁଥିଲେ ବି କେହି କିଛି କରିବାକୁ ରାସ୍ତା ପାଉ ନ ଥିଲେ।
ଗାଁ ଲୋକେ ଏ ସମ୍ପର୍କରେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଏବେ ନଦୀରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ଗାଧୁଆ ତୁଠରେ ବନ ବିଭାଗ ସୁରକ୍ଷା ବାଡ଼ ଦେଉ ନ ଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।
https://youtu.be/BODAuwAwDB8
Ordigital Desk
• Published: Saturday, 21 April 2018
• Updated: 21 April 2018, 01:18 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos