ଭିତରକନିକା ଆଖପାଖ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଭିତରକନିକାର ଆଖପାଖ ନଈକୂଳିଆ ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ। ଏବେ ପ୍ରଜନନ ଋତୁ ପାଇଁ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡ଼ିକରେ କୁମ୍ଭୀର ଆଡୁ ସବୁ ସମୟରେ ବିପଦ ରହିଛି। ହେଲେ ଲୋକଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଓ ପ୍ରଶାସନ ଯେମିତି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି। ଏପରିକି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଗତମାସରେ କୁମ୍ଭୀର ଆକ୍ରମଣରେ ଜଣେ ବାଳକର ମୃତ୍ୟୁ ସତ୍ତ୍ୱେ ବି ନିଦ ଭାଙ୍ଗୁନି।

ଗତ ଏପ୍ରିଲ୍ ୨୧ ତାରିଖରେ ରାଜନଗର ଡିଆପାରୀ ଗାଁ ପାଖ ହଂସୁଆ ନଈରେ ଭାଇ ସାଙ୍ଗରେ ଗାଧୋଉ ଗାଧୋଉ ଉଭାନ୍ ହୋଇଯାଇଥିଲା ୧୪ ବର୍ଷର ବାଳକ ଶ୍ରୀକାନ୍ତ। ପରଦିନ ମିଳିଥିଲା ଶ୍ରୀକାନ୍ତଙ୍କ ମଲାଦେହ। ଏଠି ରାଜପୁର ଗାଁ ବ୍ରାହ୍ମଣୀ ନଈ କୂଳରେ ବି ସେଇ ଭୟ, ସେଇ ଆତଙ୍କ। ହେଲେ ଉପାୟ ନାହିଁ। ଖରାଦିନେ ଗାଁ ଭିତରେ ଉତ୍କଟ ଜଳାଭାବ କାରଣରୁ ନଈକୂଳିଆ ମଣିଷ ଜାବତୀୟ କାମ ପାଇଁ ନଈ ହିଁ ଶାହା ଭରଷା। ଏହା ଭିତରେ କୁମ୍ଭୀର ଭୟରେ ଦିନ କଟୁଛି।

ସୂଚନାଯୋଗ୍ୟ, ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ସବୁ ନଈ, ନାଳରେ ବର୍ଷକ ବାରମାସୀ ମାଳ ମାଳ କୁମ୍ଭୀର। ଏମିତିକି ଗାଁ ଜଳାଶୟ, ବାଡ଼ି ଘରେ ବି କୁମ୍ଭୀରର ଭୟ। ଏବେ କୁମ୍ଭୀରଙ୍କ ପ୍ରଜନନ ଋତୁ ଲାଗି ବିପଦ ଆହୁରି ଅଧିକ। ଏଭଳି ସ୍ଥିତିରେ ଲୋକଙ୍କୁ କୁମ୍ଭୀର ଆକ୍ରମଣରୁ ବଞ୍ଚାଇବା ଲାଗି ନଈରେ ସୁରକ୍ଷିତ ଗାଧୁଆ ତୁଠର ଆବଶ୍ୟକତା ରହିଛି। ତେବେ କେବଳ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୦୦ରୁ ଅଧିକ ଜାଲଘେରା ଗାଧୁଆ ତୁଠର ଆବଶ୍ୟକତା ଥିବା ବେଳେ ବନ ବିଭାଗ କେବଳ ସତର୍କ ରହିବାକୁ କହି ମାତ୍ର ୪ଟି ଗାଧୁଆ ତୁଠ ତିଆରି କରି ଚୁପ୍ ରହିଥିବା ଅଭିଯୋଗ ହେଉଛି।

ଗତ ଦୁଇବର୍ଷ ଭିତରେ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ହେଲେ ଏସବୁ ସତ୍ତ୍ୱେ ବି ପ୍ରଶାସନ ଓ ବନ ବିଭାଗର ନିଦ ଭାଙ୍ଗୁନି। ଏପରିକି ଏମିତି ଜାଲଘେରା ଗାଧୁଆ ତୁଠ ବନେଇବାକୁ ବି ସମୟ ନାହିଁ।

Ordigital Desk
• Published: Sunday, 20 May 2018
• Updated: 20 May 2018, 09:56 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos