କଟକ: ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: ମଙ୍ଗୁଳି-ଟାଙ୍ଗୀ ମଝିରେ ଥିବା ଟୋଲ୍‌ ଗେଟ୍‌ରେ ଏକ କାରରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। କାରରେ ଚାଲାଣ ବେଳେ ଟାଙ୍ଗୀ ପୋଲିସ ଏହି ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କାର୍‌ଟି କଟକରୁ ବାଲେଶ୍ୱର ଯାଉଥିବା ବେଳେ ଏହି ଟଙ୍କା ଜବତ କରାଯାଇଛି। ଟୋଲଗେଟ୍‌ରେ ଯାଞ୍ଚ ବେଳେ ଟାଙ୍ଗୀ ପୋଲିସ କାର ଭିତରେ ନୋଟ୍‌ ଭର୍ତ୍ତି ୨ ବସ୍ତା ନୋଟ୍‌ ଥିବା ଜାଣିବାକୁ ପାଇଥିଲା। ଏହାପରେ […]

money

money

Rakesh Mallick
  • Published: Saturday, 17 December 2016
  • Updated: 18 December 2016, 09:50 AM IST

Sports

Latest News

କଟକ: ମଙ୍ଗୁଳି-ଟାଙ୍ଗୀ ମଝିରେ ଥିବା ଟୋଲ୍‌ ଗେଟ୍‌ରେ ଏକ କାରରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। କାରରେ ଚାଲାଣ ବେଳେ ଟାଙ୍ଗୀ ପୋଲିସ ଏହି ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କାର୍‌ଟି କଟକରୁ ବାଲେଶ୍ୱର ଯାଉଥିବା ବେଳେ ଏହି ଟଙ୍କା ଜବତ କରାଯାଇଛି।

ଟୋଲଗେଟ୍‌ରେ ଯାଞ୍ଚ ବେଳେ ଟାଙ୍ଗୀ ପୋଲିସ କାର ଭିତରେ ନୋଟ୍‌ ଭର୍ତ୍ତି ୨ ବସ୍ତା ନୋଟ୍‌ ଥିବା ଜାଣିବାକୁ ପାଇଥିଲା। ଏହାପରେ କାଟିକୁ ଟାଙ୍ଗୀ ଥାନାକୁ ନିଆଯିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ବସ୍ତାରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos