ଡକାୟତି ଯୋଜନା ପଣ୍ଡ: ୭ ଡକାୟତଙ୍କୁ ଗିରଫ କଲା ପୋଲିସ

Dacoits-arrested

କଟକ (ଓଡ଼ିଶା ରିପୋର୍ଟର): ଡକାୟତି ଯୋଜନା ବେଳେ ୭ ଡ଼କାୟତଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଗତକାଲି ରାତିରେ କଟକ ଜିଲ୍ଲା ଶକ୍ତିନଗର ନିକଟରେ ଡ଼କାୟତି ଯୋଜନା କରୁଥିବା ବେଳେ ବାଦାମବାଡ଼ି ପୋଲିସ ଚଢାଉ କରି ୭ ଜଣ ଗିରଫ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଡ଼କାୟତଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ଦୁଇଟି ବାଇକ ଓ ଗୋଟିଏ ଅଟୋ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ଅଭିଯୋଗ ରହିଛି। ତେବେ ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି। ପୋଲସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Previous ArticleNext Article

Send this to a friend