ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

Criminal-injured-in-police-encounter

କଟକ (ଓଡ଼ିଶା ରିପୋର୍ଟର): କଟକରେ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାହୁଲ ଆହତ ହୋଇଛି। ଏନ୍‌କାଉଣ୍ଟରରେ ରାହୁଲଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରାହୁଲ୍ ନାଁରେ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। କିଛିଦିନ ତଳେ କଟକରେ ଏକ ବୋମାମାଡ଼ ଘଟଣାରେ ରାହୁଲ୍ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।

ରାହୁଲ୍ ଚହଟା ଅଞ୍ଚଳରେ ଥିବା ଜାଣିପାରି କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ରାହୁଲ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏପରିକି ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଗୁଳି ଚଳାଇଥିଲା। ଫଳରେ ରାହୁଲ ଡାହାଣ ଗୋଡ଼ରେ ଗୁଳି ବଜିଥିଲା। ପୋଲିସ ରାହୁଲଠାରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି।

Previous ArticleNext Article

Send this to a friend