ବିନା କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ସାର୍ଟିଫିକେଟ୍‌ରେ ଚାଲିଛି ନର୍ସିଂହୋମ୍‌ ଓ କ୍ଲିନିକ୍‌

janane-hospital

ଭୁବନେଶ୍ୱର: ଭୁବନେଶ୍ୱର ସମ୍‌ ଅଗ୍ନିକାଣ୍ଡ ଘଟଣାର ୧୫ ଦିନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ପଶିନି। ଏବେ ବି ରାଜ୍ୟର ବିଭିନ୍ନ ସହରରେ ବିନା କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ସାର୍ଟିଫିକେଟ୍‌ରେ ବହୁ ଘରୋଇ ନର୍ସିଂହୋମ୍‌ ଓ କ୍ଲିନିକ୍‌ ଚାଲିଛି।

କଟକ ରାଣୀହାଟସ୍ଥିତ ଜନନୀ ହସ୍ପିଟାଲ ବିନା କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ସାର୍ଟିଫିକେଟ୍‌ରେ ଚାଲିଛି। ଏ ସମ୍ପର୍କି ରିପୋର୍ଟ ଗତ ୧୯ ତାରିଖରେ  ଓଟିଭିରେ ପ୍ରସାର ହୋଇଥିଲା। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନର ଚେତା ପଶିନି। ଏବେ ମଧ୍ୟ ଜନନୀ ହସ୍ପିଟାଲ ଚାଲିଛି ଓ ସେଠାରେ ରୋଗୀ ଚିକିତ୍ସିତ ହେଉଛନ୍ତି। କେବଳ ଜନନୀ ନୁହେଁ କଟକରେ ଅନେକ କ୍ଲିନିକ୍‌ ଡିଏମ୍‌ଇଟିଠାରୁ କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ସାର୍ଟିଫିକେଟ୍‌ ନ ନେଇ ସେମାନଙ୍କ କାୟା ବିସ୍ତାର କରୁଛନ୍ତି। ଏହାକୁ କଟକ ଜିଲ୍ଲାପାଳ ସ୍ୱୀକାର କରୁଛନ୍ତି। ହେଲେ ସମ୍ପୃକ୍ତ ହସ୍ପିଟାଲ ଓ କ୍ଲିନିକ୍‌ ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଟକ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର କହିଛନ୍ତି,“ବିନା ରେଜିଷ୍ଟ୍ରେସନ୍‌ରେ ହସ୍ପିଟାଲ ବା କ୍ଲିନିକ ଖୋଲି ପାରିବେ ନାହିଁ। ଯଦି ଏହି ନିୟମକୁ କେହି ଅବମାନନା କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Previous ArticleNext Article

Send this to a friend