କଟକ:କାଠଯୋଡିକୁ ଡେଇଁ ଯୁବକ ନିଖୋଜ

ctc

କଟକ: କଟକ ଗୋପାଳପୁର କାଠଯୋଡି ପୋଲ ଉପରୁ ରବିବାର ଡେଇଁପଡି ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ନିଖୋଜ ଯୁବକଙ୍କ ନାଁ ଚଣ୍ଟିଆ ସାହୁ ଓ ତାଙ୍କ ଘର ନିକଟସ୍ଥ କୋରୁଆଁ ଗ୍ରାମରେ। ଆଜି ଦିନ ପାଖାପାଖି ୧୨ଟା ସମୟରେ ଏହି ଘଟଣା ଘଟିଛି। ତେବେ ଯୁବକଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଖବର

ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି କାଠଯୋଡି ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଯୁବକଙ୍କ ସନ୍ଧାନ ମିଳିପାରିନାହିଁ।

Previous ArticleNext Article

Send this to a friend