ଆଦିନାଥ ଏଜେନ୍ସି ଲୁଟିଥିଲେ ଶଳା-ଭିଣୋଇ, ମାଷ୍ଟରମାଇଣ୍ଡ ଫେରାର

କଟକ(ଓଡ଼ିଶା ରିପୋର୍ଟର): ମାସକ ତଳେ କଟକ ଆଦିନାଥ ଏଜେନ୍ସି ଅଫିସ୍‌ରେ ହୋଇଥିବା ଲୁଟ୍। ଘଟଣା ପଛରେ ଶଳା-ଭିଣୋଇଙ୍କ ହାତ ଥିବା ପୋଲିସ୍‌ ଜାଣିବାକୁ ପାଇଛି। ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସହାୟତାରେ ଏହି ଏଜେନ୍ସିର ଜଣେ କର୍ମଚାରୀ (ଭଣୋଇ) ଓ ତାଙ୍କ ଶାଳକ ମିଶି ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଅଗଷ୍ଟ ୧୪ ତାରିଖରେ କଟକ ଚଣ୍ଡୀଛକ ସ୍ଥିତ ଆଦିନାଥ ଏଜେନ୍ସିରୁ ଲୁଟ୍‌ ହୋଇଥିଲା। ଲୁଟେରାମାନେ ମୁହଁରେ କପଡ଼ା ବାନ୍ଧି ଆଖିରେ ଚଷମା ଓ ହାତରେ ବନ୍ଧୁକ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 08:06 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମାସକ ତଳେ କଟକ ଆଦିନାଥ ଏଜେନ୍ସି ଅଫିସ୍‌ରେ ହୋଇଥିବା ଲୁଟ୍। ଘଟଣା ପଛରେ ଶଳା-ଭିଣୋଇଙ୍କ ହାତ ଥିବା ପୋଲିସ୍‌ ଜାଣିବାକୁ ପାଇଛି। ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସହାୟତାରେ ଏହି ଏଜେନ୍ସିର ଜଣେ କର୍ମଚାରୀ (ଭଣୋଇ) ଓ ତାଙ୍କ ଶାଳକ ମିଶି ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଅଗଷ୍ଟ ୧୪ ତାରିଖରେ କଟକ ଚଣ୍ଡୀଛକ ସ୍ଥିତ ଆଦିନାଥ ଏଜେନ୍ସିରୁ ଲୁଟ୍‌ ହୋଇଥିଲା। ଲୁଟେରାମାନେ ମୁହଁରେ କପଡ଼ା ବାନ୍ଧି ଆଖିରେ ଚଷମା ଓ ହାତରେ ବନ୍ଧୁକ ଦେଖାଇ ଧମକ ଚମକ ଦେଇ କର୍ମଚାରୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। କେବଳ ଏତିକି ନୁହେଁ, ଅନ୍ୟ ଜଣେ ସହଯୋଗୀଙ୍କ ସହାୟତାରେ କର୍ମଚାରୀଙ୍କୁ ମାଡ଼ପିଟ୍ ମଧ୍ୟ କରିଥିଲେ। ଏହି ଲୁଟ୍‌ର ଲାଇଭ୍ ଭିଡ଼ିଓ ଓଟିଭିର ହସ୍ତଗତ ହୋଇଛି।

ଆଦିନାଥ ଏଜେନ୍ସିରୁ ଲୁଟ୍‌ ପଛର ରିଂ ମାଷ୍ଟର ହେଉଛି ସେହି ଏଜେନ୍ସିର କର୍ମଚାରୀ କୁଲଦୀପ। ଲୁଟ୍ ପୂର୍ବରୁ ସେ କାର୍ଯ୍ୟାଳୟ ଭିତର ସ୍ଥିତି ପରଖି ନେଇଥିଲା। ପରେ ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ଲୁଟିଥିଲେ। ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ୍ ଲୁଟେରାଙ୍କ ମଧ୍ୟରୁ ଜଣେ କୁଲଦୀପ୍‌ର ଶାଳକ ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ପୋଲିସ ବାଇକ୍, ମାରଣାସ୍ତ୍ର ସହ ନଗଦ ୮୧ ହଜାର ଟଙ୍କା ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos