ରହସ୍ୟ ଘେରରେ ମାଙ୍କଡ଼ ଉଠାଇ ନେଇଥିବା ଶିଶୁପୁତ୍ରର ମୃତ୍ୟୁ

କଟକ(ଓଡ଼ିଶା ରିପୋର୍ଟର):  କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଦେଖାଦେଇଛି। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତା’ର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେଉନାହିଁ ବୋଲି ବ୍ୟବଚ୍ଛେଦ କରିଥିବା ଡାକ୍ତର କରିଛନ୍ତି। ସେ କହିଛନ୍ତି ଯେ, “ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦେଖଇବାକୁ ମିଳିନି। ତେବେ ତା’ର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ ରହିଛି।”

ସେ ଆହୁରି କହିଛନ୍ତି “ମାଙ୍କଡ଼ ଯଦି ଘୋଡେଇ ହୋଇଥିବା ଅବସ୍ଥାରେ ଛୁଆଟିକୁ ନେଇଥାଏ। ତେବେ ନଖ ଦାଗ କିମ୍ବା ଖଣ୍ଡିଆ ଖାବରା ହୋଇ ନ ଥାଇ ପାରେ।”

ଗତ ଶନିବାର ସକାଳେ ତାଳବସ୍ତ ଗାଁର ରାମକୃଷ୍ଣ ନାୟକଙ୍କ ଘର ଭିତରୁ ତାଙ୍କର ୧୫ ଦିନର ଶିଶୁପୁତ୍ରକୁ ଏକ ମାଙ୍କଡ଼ ଉଠାଇ ନେଇଥିଲା। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ବେଳେ ତା’ ମାଆ ଦେଖିଥିବା କହିଥିଲେ। ଏହାପରେ ଶିଶୁଟିକୁ ଉଦ୍ଧାର ପାଇଁ ଦିନ ତମାମ ବନ ବିଭାଗ କର୍ମଚାରୀ ସର୍ଚ୍ଚ ଅପରେସନ ଚଳାଇଥିଲେ ବି ଉଦ୍ଧାର କରାଯାଇ ପାରି ନ ଥିଲା। ରବିବାର ସକାଳେ ଘର ପଛପଟେ ଥିବା ପଡ଼ୋଶୀଙ୍କ କୂଅରୁ ଶିଶୁର ମୃତଦେହ ମିଳିଥିଲା।

Ordigital Desk
• Published: Monday, 02 April 2018
• Updated: 02 April 2018, 09:48 AM IST

କଟକ(ଓଡ଼ିଶା ରିପୋର୍ଟର):  କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଦେଖାଦେଇଛି। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତା’ର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେଉନାହିଁ ବୋଲି ବ୍ୟବଚ୍ଛେଦ କରିଥିବା ଡାକ୍ତର କରିଛନ୍ତି। ସେ କହିଛନ୍ତି ଯେ, “ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦେଖଇବାକୁ ମିଳିନି। ତେବେ ତା’ର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ ରହିଛି।”

ସେ ଆହୁରି କହିଛନ୍ତି “ମାଙ୍କଡ଼ ଯଦି ଘୋଡେଇ ହୋଇଥିବା ଅବସ୍ଥାରେ ଛୁଆଟିକୁ ନେଇଥାଏ। ତେବେ ନଖ ଦାଗ କିମ୍ବା ଖଣ୍ଡିଆ ଖାବରା ହୋଇ ନ ଥାଇ ପାରେ।”

ଗତ ଶନିବାର ସକାଳେ ତାଳବସ୍ତ ଗାଁର ରାମକୃଷ୍ଣ ନାୟକଙ୍କ ଘର ଭିତରୁ ତାଙ୍କର ୧୫ ଦିନର ଶିଶୁପୁତ୍ରକୁ ଏକ ମାଙ୍କଡ଼ ଉଠାଇ ନେଇଥିଲା। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ବେଳେ ତା’ ମାଆ ଦେଖିଥିବା କହିଥିଲେ। ଏହାପରେ ଶିଶୁଟିକୁ ଉଦ୍ଧାର ପାଇଁ ଦିନ ତମାମ ବନ ବିଭାଗ କର୍ମଚାରୀ ସର୍ଚ୍ଚ ଅପରେସନ ଚଳାଇଥିଲେ ବି ଉଦ୍ଧାର କରାଯାଇ ପାରି ନ ଥିଲା। ରବିବାର ସକାଳେ ଘର ପଛପଟେ ଥିବା ପଡ଼ୋଶୀଙ୍କ କୂଅରୁ ଶିଶୁର ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos