ଡି’ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ରାୟ କାଏମ ରଖିଲେ କଟକ ଏସ୍‌ଡିଜେଏମ୍

sushantadhalasamant

କଟକ: ଡି’ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ମାମଲା ଉପରେ ପୁନର୍ବିଚାର କରି ନିଜ ରାୟକୁ କାଏମ ରଖିଛନ୍ତି କଟକ ଏସ୍‌ଡିଜେଏମ୍ କୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କଲା ପରେ ଏହି ରାୟ ଶୁଣାଇଛନ୍ତି। ଅନ୍ୟପକ୍ଷରେ ଦୀପୁ ହତ୍ୟା ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ କମିଶନରେଟ ପୋଲିସ ଚାର୍ଜସିଟ ଦାଖଲ କରିଛି।

ସୁଶାନ୍ତ ଧଳସାମନ୍ତଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲ୍ ଓ ସୁଶୀଲଙ୍କୁ ବାଲେଶ୍ୱର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ନିବେଦନ କରି ୨୦୧୬ ମାର୍ଚ୍ଚ ୩ ତାରିଖରେ କମିଶନରେଟ୍ ପୋଲିସ୍ ପକ୍ଷରୁ କୋର୍ଟରେ ନଥିପତ୍ର ଦାଖଲ କରାଯାଇଥିଲା। ଏପରି ପ୍ରସ୍ତାବ ଦେବାର ଅଧିକାର ତଦନ୍ତକାରୀ ସଂସ୍ଥାର ନାହିଁ ଓ ବିଚାରାଧୀନ ବନ୍ଦୀଙ୍କୁ କେଉଁ ଜେଲକୁ ସ୍ଥାନାନ୍ତର କରାଯିବ ସେ ଅଧିକାର କେବଳ କୋର୍ଟଙ୍କର ଅଛି ବୋଲି ଡି’ବ୍ରଦର୍ସଙ୍କ ତରଫରୁ ଦର୍ଶାଯାଇଥିଲା। ତେବେ ମାର୍ଚ୍ଚ ୧୪ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର କରାଯାଇଥିଲା।

ତଳ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡି’ବ୍ରଦର୍ସ। ମାମଲାର ଶୁଣାଣି କରି ହାଇକୋର୍ଟ ରାୟକୁ ରଦ୍ଦ କରିବା ସହିତ ଏହାର ପୁନର୍ବିଚାର କରିବାକୁ କଟକ ଏସ୍‌ଡିଜେଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Previous ArticleNext Article

Send this to a friend