ଦଇତାପତିଙ୍କୁ ନିଲମ୍ବନ ପ୍ରସଙ୍ଗ: ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଦୁଇ ଦଇତାପତିଙ୍କ ନିଲମ୍ୱନ ମାମଲାର ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉଦ୍ଦେଶ୍ୟରେ କୋର୍ଟ ନୋଟିସ ଜାରି କରିବା ସହ ଜବାବ ଦାଖଲ ପାଇଁ କହିଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ଗତ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଲମ୍ୱିତ ୨ ଦଇତାପତି କାଶୀନାଥ ଦାସ ମହାପାତ୍ର ଏବଂ ଜୟକୃଷ୍ଣ ଦାସ ମହାପାତ୍ର ନିଲମ୍ୱନ ଆଦେଶକୁ ଚାଲେଞ୍ଜ କରି […]

OrissaHighCourt

OrissaHighCourt

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 10:12 AM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଦୁଇ ଦଇତାପତିଙ୍କ ନିଲମ୍ୱନ ମାମଲାର ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ଉଦ୍ଦେଶ୍ୟରେ କୋର୍ଟ ନୋଟିସ ଜାରି କରିବା ସହ ଜବାବ ଦାଖଲ ପାଇଁ କହିଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ଗତ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଲମ୍ୱିତ ୨ ଦଇତାପତି କାଶୀନାଥ ଦାସ ମହାପାତ୍ର ଏବଂ ଜୟକୃଷ୍ଣ ଦାସ ମହାପାତ୍ର ନିଲମ୍ୱନ ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଗତ ୨୪ ତାରିଖରେ ଏହି ଦୁଇଜଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିଲମ୍ୱନ କରିଥିଲେ। ବ୍ରହ୍ମ ପରିବର୍ତ୍ତନରେ ବିଳମ୍ୱ ପାଇଁ ମୁଖ୍ୟତଃ ଜୟକୃଷ୍ଣ ହିଁ ଦାୟୀ ବୋଲି ତଦନ୍ତରୁ ଜଣାପଡ଼ିଥିବା ତାଙ୍କୁ ନିଲମ୍ବନ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା। ବ୍ରହ୍ମ ପରିବର୍ତ୍ତନ ବେଳେ ସେ ତାଙ୍କ ବାପା କାଶୀନାଥ ଦାସ ମହାପାତ୍ର ଭିତରେ ରହିବେ ବୋଲି ଦାବି କରିବା ସହ ବାଡ଼ଗ୍ରାହୀଙ୍କ ସହ ଯୁକ୍ତିତର୍କ କରିଥିଲେ। ବାଡ଼ଗ୍ରାହୀମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଏଥିପାଇଁ ଗୁପ୍ତନୀତିରେ ବିଳମ୍ୱ ହୋଇଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos